ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇସିସି ଘୋଷଣା କଲା ମେଗା ଇଭେଣ୍ଟ କାର୍ଯ୍ୟସୂଚୀ, ଭାରତରେ ଖେଳାଯିବ ଟି-୨୦ ବିଶ୍ୱକପ୍,ଚାମ୍ପିୟନ୍ସ ଟ୍ରଫି ଓ ଦିନିକିଆ ବିଶ୍ୱକପ

ଦୁବାଇ : ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ୨୦୨୬ରୁ ୨୦୩୧ ପର୍ୟ୍ୟନ୍ତ ମେଗା ଇଭେଣ୍ଟର କାର୍ଯ୍ୟସୂଚୀଘୋଷଣା କରିଛି । ଭାରତକୁ ୩ଟି ବଡ ଆଇସିସି ଇଭେଣ୍ଟ ଆୟୋଜନ କରିବା ଅଧିକାର ମିଳିଛି ।ଆଜି ଆଇସିସି ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ହ୍ବାଇଟ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କେଉଁ ଦେଶ କରିବ ତାହା ଘୋଷଣା କରିଛି । ଏହି ୨୦୨୪ରୁ ୨୦୩୧ ମସିହା ମଧ୍ୟରେ ଆଇସିସିର ୧୧ଟି ପୂର୍ଣ୍ଣ କାଳୀନ ମେମ୍ବର ଥିବା ଦେଶ ଓ ୩ଟି ଆସୋସିଏଟ ମେମ୍ବର ଥିବା ଦେଶ ୮ଟି ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଏଥି ମଧ୍ୟରେ ଦୁଇଟି ଦିନିକିଆ ବିଶ୍ବକପ, ଚାରୋଟି ଟି-୨୦ ବିଶ୍ବକପ ଥିବାବେଳେ ଦୁଇଟି ଚମ୍ପିଆନ୍ସ ଟ୍ରଫି ମଧ୍ୟ ରହିଛି ।

ଆଇସିସି ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀରେ ୮ଟି ବଡ ଟୁର୍ଣ୍ଣାମେଣ୍ଟର ଘୋଷଣା କରାଯାଇଛି । ଆଉ ଏହି ୮ଟି ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ୧୪ଟି ଦେଶ ମଧ୍ୟରେ ବଣ୍ଟାଯାଇଛି । ଆଉ ଏହି ୮ଟି ଇଭେଣ୍ଟ ମଧ୍ୟରୁ ଭାରତ ୩ଟି ଟୁର୍ଣ୍ଣାମେଣ୍ଟର ଆୟୋଜକ ରହିବ । ୨୦୨୪ ପୂର୍ବରୁ ୨୦୨୩ରେ ଭାରତରେ ଦିନିକିଆ ବିଶ୍ୱକପ ମଧ୍ୟ ଖେଳାଯିବ । ତେବେ ଆଇସିସି ପକ୍ଷରୁ ଯେଉଁ ଘୋଷଣା ହୋଇଛି ତାହା ପାକିସ୍ତାନକୁ କିଛି ମାତ୍ରାରେ ଆଶ୍ୱସ୍ତ କରିଛି । କାରଣ ଦୀର୍ଘ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୨୦୨୫ରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି ।


ଭାରତ ୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ବକପରେ ଭାରତ ଶ୍ରୀଲଙ୍କା ସହ ହୋଷ୍ଟ କରୁଥିବାବେଳେ ୨୦୨୯ ଚମ୍ପିଆନ୍ସ ଟ୍ରଫି ଭାରତ ଏକାକୀ ହୋଷ୍ଟ କରିବ । ସେହିପରି ଭାବରେ ୨୦୩୧ ଦିନିକିଆ ବିଶ୍ବକପ ବାଂଲାଦେଶ ସହ ମିଶି ଭାରତ ହୋଷ୍ଟ କରିବ ।

ଆଇସିସି ଟୁର୍ଣ୍ଣାମେଂଟ

୨୦୨୪ : ଟି୨୦ ବିଶ୍ୱକପ (ଆମେରିକା, ୱେଷ୍ଟଇଣ୍ଡିଜ) ।
୨୦୨୫: ଚାମ୍ପିୟନ୍ସ ଟ୍ରଫି (ପାକିସ୍ତାନ)
୨୦୨୬: ଟି୨୦ ବିଶ୍ୱକପ (ଭାରତ, ଶ୍ରୀଲଙ୍କା)
୨୦୨୭: ଦିନିକିଆ ବିଶ୍ୱକପ (ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ନାମ୍ବିଆ)
୨୦୨୮: ଟି୨୦ ବିଶ୍ୱକପ (ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ)
୨୦୨୯: ଚାମ୍ପିୟନ୍ସ ଟ୍ରଫି (ଭାରତ)
୨୦୩୦: ଟି୨୦ ବିଶ୍ୱକପ (ଇଂଲଣ୍ଡ, ଆୟର୍ଲାଣ୍ଡ, ସ୍କଟଲାଣ୍ଡ)
୨୦୩୧: ଦିନିକିଆ ବିଶ୍ୱକପ (ଭାରତ, ବାଂଲାଦେଶ)

Leave A Reply

Your email address will not be published.