ବରିଷ୍ଠ ଆଇଏଏସ୍ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ବଡ ଦାୟିତ୍ୱ ମିଳିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଆଇଏଏସ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ତୁଲାଉଥିବା ଆଇଏଏସ୍ କ୍ରିଷନ୍ କୁମାର ଏହି ଦାୟିତ୍ୱରୁ ବିଦାୟ ନେବା ପରେ ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବ ଏହି ପଦ ସମ୍ଭାଳିବେ । ବର୍ତ୍ତମାନ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ପଦରେ ଅଛନ୍ତି ଆଇଏଏସ୍ ବୀର ବିକ୍ରମ ଯାଦବ । ବର୍ତ୍ତମାନ ଏହି ଦାୟିତ୍ୱ ସହିତ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମଧ୍ୟ ତୁଲାଇବେ ।