ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁବର୍ଣ୍ଣପୁର ଲୋକ ମହୋତ୍ସବରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେଙ୍କ ଚିତାକର୍ଷକ କଥକ ନୃତ୍ୟ ଦେଖି ଦର୍ଶକ ବିମୋହିତ

ସୁବର୍ଣ୍ଣପୁର : ଅବୋଲି ସୁନୀଲ ନରୱାଣେ ବର୍ତ୍ତମାନ ସେ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। ଜଣେ ପ୍ରଶାସିକା ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ଜଣଙ୍କ ଯେ ଏତେ ସୁନ୍ଦର ନୃତ୍ୟ କରିପାରନ୍ତି,ତାହା ବୋଧ ହୁଏ କେହି ଦେଖିନଥିଲେ। କିନ୍ତୁ ଗତକାଲି ସୁବର୍ଣ୍ଣପୁର ଲୋକ ମହୋତ୍ସବରେ ମଞ୍ଚ ଉପରେ ଜିଲ୍ଲାପାଳଙ୍କ କଥକ ନୃତ୍ୟ ସମସ୍ତଙ୍କୁ ବିମୋହିତ କରିଦେଲା।

ଏପରି ବି ହେଲା ଜିଲ୍ଲାପାଳଙ୍କୁ ପୂର୍ବରୁ ଦେଖିନଥିବା ଲୋକ ମଞ୍ଚ ଉପରେ ତାଙ୍କ ଚିତାକର୍ଷକ କଥକ ନୃତ୍ୟ ଦେଖି ଭାବିନେଇଥିଲେ ଯେ, ହୁଏ ତ କେହି ଭଲ ନୃତ୍ୟଶିଳ୍ପୀ ଏହି ନୃତ୍ୟ ପରିବେଷଣ କରୁଛନ୍ତି । କିନ୍ତୁ ପରେ ଯେତେବେଳେ ସମସ୍ତେ ଜାଣିଲେ ଏହି ନୃତ୍ୟ ଜିଲ୍ଲାପାଳ କରୁଛନ୍ତି ସେତେବେଳେ ଏକଥା ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଗତ ୧୩ ତାରିଖରୁ  ଆରମ୍ଭ ହୋଇ ୧୭ ତାରିଖରେ ଶେଷ ହେବାକୁ ଥିବା ସୁବର୍ଣ୍ଣପୁର ଲୋକ ମହୋତ୍ସବର ଦ୍ୱିତୀୟ ଦିନରେ ଜିଲ୍ଲାପାଳ ନିଜେ ପ୍ରତିଯୋଗୀଙ୍କ ପରି ଅନୁଷ୍ଠାନରେ ସାମିଲ ହୋଇ ନୃତ୍ୟ ପରିବେଷଣ କରିଥିଲେ । ଯାହା ଉପସ୍ଥିତ କଳାକାରଙ୍କ ମନରେ ବେଶ୍ ଉତ୍ସାହ ଭରିଦେଇଥିଲା

ସୂଚନାଯୋଗ୍ୟ, ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ୨୦୧୫ ମସିହାରେ ଆଇଏଏସ ପାଇଥିଲେ । ତାଙ୍କ ଘର ମହାରାଷ୍ଟ୍ର । ସେ ପିଲାଦିନୁ ଖୁବ ମେଧାବୀ ଛାତ୍ରୀ ଥିଲେ । ନରୱାଣେଙ୍କର ଲକ୍ଷ ଥିଲା ସେ ଦିନେ ନା ଦିନେ ଆଇଏଏସ ହେବେ । କିନ୍ତୁ ପ୍ରଥମେ ଆଇଆରଏସ ପାଇ ଚାକିରି କରିଥିଲେ । ପରେ ୟୁପିଏସସି ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇ ନିଜ କର୍ତ୍ତବ୍ୟ ଆରମ୍ଭ କରିଥିଲେ ।

Leave A Reply

Your email address will not be published.