ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶତ୍ରୁଦେଶ ସାବଧାନ: ଫ୍ରାନ୍ସରୁ ଆସିଲା ଆଉ ୨ ଲଢୁଆ ବିମାନ ‘ମିରାଜ୍ –  ୨୦୦୦’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ଏକ ଖୁସି ଖବର । ବାୟୁସେନା ଫ୍ରାନ୍ସରୁ ଦୁଇଟି ପୁରୁଣା  ‘ମିରାଜ୍ –  ୨୦୦୦’ ଯୁଦ୍ଧ ବିମାନ ଗ୍ରହଣ ଆଣିଛି। ଯାହା ଗ୍ୱାଲିଅର୍ ଏୟାରବେସରେ ପହଞ୍ଚିଛି। ଏହାପୂର୍ବରୁ ଏହି ଦୁଇଟି ଯୁଦ୍ଧା ବିମାନ  ଫ୍ରାନ୍ସର ବାୟୁସେନାରେ ଅନ୍ତର୍ଭୁକ୍ତ ହୋଇଥିଲା। ଫ୍ରାନ୍ସରୁ ଭାରତରେ ପହଞ୍ଚିଥିବା ଉଭୟ ମିରାଜ୍ ବିମାନ ହେଉଛି ଟ୍ରେନର ସଂସ୍କରଣ। ସୂଚନାନୁସାରେ, ଭାରତରେ ପହଞ୍ଚିଥିବା ଏହି ଦୁଇଟି ବିମାନକୁ ବର୍ତ୍ତମାନ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡରେ ଚାଲିଥିବା ମିରାଜ୍ ଅପଗ୍ରେଡ୍ ପ୍ରୋଗ୍ରାମ ଅଧୀନରେ ନୂତନ ମାନକକୁ ଉନ୍ନୀତ କରାଯିବ।

ଭାରତୀୟ ବାୟୁସେନା ପାଖରେ ବର୍ତ୍ତମାନ ୫୧ ଟି ମିରାଜ୍  ହୋଇଛି।  ଯେଉଁଥିରେ ତିନୋଟି ସ୍କ୍ବାଡନ ଗଠନ କରାଯାଇଛି ଏବଂ ସମସ୍ତେ ଗ୍ୱାଲିଅର୍ ୱାସ୍ତୁ ଆର୍ମି ଷ୍ଟେସନରେ ନିୟୋଜିତ ଅଛନ୍ତି। ଫ୍ରାନ୍ସର ସାହାଯ୍ୟରେ ମିରାଜର ଅପଗ୍ରେଡ୍ ଚାଲିଛି।

ମିରାଜ୍ ଯୁଦ୍ଧ ବିମାନର ବିଶେଷତ୍ବ:
-ଏହାର ବିମାନର ପ୍ରଥମ ଉଡାନ୍ ୧୦ ମାର୍ଚ୍ଚ ୧୯୭୮ ରେ ହୋଇଥିଲା |
– ମିରାଜ୍ -୨୦୦୦ ବିମାନ ହେଉଛି ଏକ ସିଟ୍ ବିଶିଷ୍ଟ ଯୁଦ୍ଧ ବିମାନ ।
– ଏହି ବିମାନଟି ଏକ ଘଣ୍ଟାରେ ୨୪୯୫ କିଲୋମିଟର ଦୂରତା ଅତିକ୍ରମ କରିବାକୁ ସକ୍ଷମ ।
– ମିରାଜ୍ -୨୦୦୦ ଯୁଦ୍ଧ ବିମାନ ପ୍ରଥମେ ୧୯୮୦ ଦଶକରେ ଫ୍ରାନ୍ସରୁ ଭାରତ କିଣିଥିଲା।
– ମିରାଜ୍ -୨୦୦୦ ଯୁଦ୍ଧ ବିମାନ ଦୁନିଆର ସର୍ବୋତ୍ତମ ଯୁଦ୍ଧ ବିମାନ ତାଲିକାରେ ଦଶ ନମ୍ବରରେ ଅଛି ।
-ବାଲାକୋଟ ଷ୍ଟ୍ରାଇକ ପାଇଁ ଭାରତୀୟ ବାୟୁସେନା  ମିରାଜ -୨୦୦୦ ଯୁଦ୍ଧ ବିମାନ ବ୍ୟବହାର କରିଥିଲା ।
– ଏହି ବିମାନଟି ଭୂ-ସ୍ଥଳରେ ଥିବା ବିମାନ ସହ ବାୟୁରେ ଥିବା ଅନ୍ୟ ବିମାନଙ୍କୁ ମଧ୍ଯ  ଟାର୍ଗେଟ କରିବାରେ ସକ୍ଷମ ଅଟେ ।

Leave A Reply

Your email address will not be published.