ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୟସ ହେଇଗଲାଣି ମୁଁ ଆଉ ନିର୍ବାଚନ ଲଢିବିନି, ମୋ ପୁଅ ମଇଦାନକୁ ଓହ୍ଲାଇବ : ସୁର ରାଉତରାୟ

ଭୁବନେଶ୍ବର : ପୁଣିଥରେ ନିଜ ବୟାନ ପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ଜଟଣୀରୁ ଆଉ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଏ କଥା ଆମେ କହୁ ନାହୁଁ । ଖୋଦ୍ ସୁର ରାଉତରାୟ ଏହି କଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ଆର ଥରକୁ ମୁଁ ଆଉ ନିର୍ବାଚନ ଲଢ଼ିବିନି । ମୋତେ ଏବେ ୭୯ ବର୍ଷ ବୟସ ହେଲାଣି । ୨୦୨୪ ନିର୍ବାଚନ ବେଳକୁ ମୋତେ ୮୦ ହୋଇସାରିଥିବ । ତେଣୁ ଆଗାମୀ ନିର୍ବାଚନରେ ମୋର ସାନ ପୁଅ ମନ୍ମଥ ରାଉତରାୟ ଜଟଣୀରୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବ ବୋଲି ଗଣମାଧ୍ୟମରେ କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।

ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ଦଳ ଓ୍ୱାନ୍ ଫ୍ୟାମିଲି, ଓ୍ୱାନ୍ ଟିକେଟ୍ ନୀତିରେ ଆଗେଇବାକୁ ଯାଉଛି। ଏ ଦୃଷ୍ଟିରୁ ମୋର ସାନପୁଅ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ହେବ।  ମୁଁ ପୂର୍ବରୁ ବି ଘୋଷଣା କରିଥିଲି, ଏବେ ବି ସେୟା ଘୋଷଣା କରୁଛି। ମୋର ସାନ ପୁଅ ମନ୍ମଥ ଏବେ ଏୟାର ଇଣ୍ଡିଆରେ କ୍ୟାପଟେନ୍ ଭାବେ ଅବସ୍ଥାପିତ। ତାର ରାଜନୀତିରେ ଇଚ୍ଛା ଅଛି। ଏଣୁ ସେ ହି ଆଗାମୀ ନିର୍ବାଚନରେ ଜଟଣୀରୁ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବ। ଆଗକୁ ଯଦିଓ ମୁଁ ସକ୍ରୀୟ ରାଜନୀତିରେ ରହିବି ନାହିଁ କିନ୍ତୁ ମୃତ୍ୟୁ ପର୍ଯ୍ୟନ୍ତ ଜନସାଧାରଣ ଓ କଂଗ୍ରେସ ପାଇଁ କାମ କରିବି ବୋଲି ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି।

ଅନ୍ୟପଟେ ସୁର ରାଉତରାୟଙ୍କ ବଡ ପୁଅ ସିଦ୍ଧାର୍ଥ ରାଉତରାୟ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି। ଆଜି ଭୋର ୪ଟା ୧୫ରେ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ତାଙ୍କ ଲକ୍ଷ୍ୟ ପୂରଣ କରିଥିବା ନେଇ ବାପା ତଥା ବିଧାୟକ ସୁରେଶ ରାଉତରାୟ ଏହି ସୂଚନା ଦେଇଛନ୍ତି। ସାଙ୍ଗରେ ଜାତୀୟ ପତାକା ଓ ଜଗନ୍ନାଥଙ୍କ ଫଟୋ ନେଇ ଏଭରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ । ତେବେ ବର୍ତ୍ତମାନ ସୁଦ୍ଧା ୪୫ ଜଣ ଭାରତୀୟ ଶୀର୍ଷରେ ପହଞ୍ଚିଥିବା ବେଳେ, ସଫଳତାର ପୃଷ୍ଠାରେ ଓଡ଼ିଆ ପୁଅ ସିଦ୍ଧାର୍ଥ ତାଙ୍କ ନାଁ ଯୋଡ଼ିଛନ୍ତି ବୋଲି ସୁରେଶ ରାଉତରାୟ କହିଛନ୍ତି।

Leave A Reply

Your email address will not be published.