ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଷ୍ପତ୍ତି ବଦଳାଇଲେ ସୁରେଶ ରାଉତରାୟ : ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ

ଭୁବନେଶ୍ବର : ନିଜ ନିଷ୍ପତ୍ତି ବଦଳାଇଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଗତକାଲି ସେ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଥିଲେ। ସେତିକି ନୁହେଁ, ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ କରିବା ପାଇଁ ସୋନିଆ ଗାନ୍ଧୀଙ୍କ ପାଖରେ ପ୍ରସ୍ତାବ ରଖିବେ ବୋଲି ମଧ୍ୟ କହିଥିଲେ। ଯାହାକୁ ନେଇ ଗତକାଲି ରାଜ୍ୟ କଂଗ୍ରେସରେ ଦୁଇଫାଳ ହୋଇଯାଇଥିଲା। କାରଣ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କଠୁ ଆରମ୍ଭ କରି ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ କଂଗ୍ରେସ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ। କଂଗ୍ରେସ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବ ବୋଲି କହିଥିଲେ। ହେଲେ ଗତକାଲି ସୁରଙ୍କ ବୟାନ ପରେ ଦ୍ବନ୍ଦ ଦେଖାଦେଇଥିଲା।

ତେବେ ଗତକାଲିର ବୟାନ ପରେ ଆଜି ନିଜ ନିଷ୍ପତ୍ତି ବଦଳାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସୁର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ଗତକାଲିର ବୟାନ ପରେ ତାଙ୍କ ଉପରେ ଦଳର ଉପରୁ ତଳ ଯାଏଁ ପ୍ରବଳ ଚାପ ପଡିଛି। ତାକୁ ଖାତିର କରିବାକୁ ପଡିବ। ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଆଉ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି ନାହିଁ। ଯଶୱନ୍ତ ସିହ୍ନାଙ୍କୁ ହିଁ ଭୋଟ ଦେବି। ଦଳର ହୁଇପ ମାନିବାକୁ ହେବ। ପାର୍ଟି ଆଗ। ହେଲେ ମୋ ମନ କହିଲା ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଗଲେଣି। ତେଣୁ ତାଙ୍କୁ ଅଭିନନ୍ଦନ ଜଣାଇ ଦେଇଥିଲି ବୋଲି ସୁର କହିଛନ୍ତି।

 

Leave A Reply

Your email address will not be published.