ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପିର ଗର୍ବ ଭାଙ୍ଗିବା ପାଇଁ ମୋତେ ଥରେ ମାତ୍ର ସୁଯୋଗ ଦିଅନ୍ତୁ, ମୁଁ ସମସ୍ତଙ୍କଠାରୁ ସଚ୍ଚୋଟ : ଅରବିନ୍ଦ କେଜ୍ରିୱାଲ

ଅହମଦାବାଦ : ଚଳିତଥର ବିଧାନସଭା ନିର୍ବାଚନରେ ପଞ୍ଜାବରେ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିବା ପରେ ବର୍ତ୍ତମାନ ଆମ ଆଦମି ପାର୍ଟିର ନଜରରେ ରହିଛି ଗୁଜରାଟ ବିଧାନସଭା ନିର୍ବାଚନ । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟରେ ନିର୍ବାଚନ ହୋଇପାରେ, ହେଲେ ଏହା ପୂର୍ବରୁ ସେଠାରେ ନିର୍ବାଚନୀ ରଣନୀତି ଆରମ୍ଭ କରିଦେଇଛନ୍ତି ଆମ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜରିୱାଲ । ଗତମାସ ଅର୍ଥାତ ଏପ୍ରିଲ ୨ରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୁଜରାଟ ଗସ୍ତରେ ଆସିଥିବା ବେଳେ ଆଜି ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟର ଭରୁଚରେ ଆଦିବାସୀ ସଙ୍କଳ୍ପ ମହାସମ୍ମିଳନୀରେ ଯୋଗ ଦେଇଥିଲେ ।

ଏହି ସମ୍ମିଳନୀରେ ସେ ଭାଗ ନେବା ସହିତ ଗୁଜରାଟ ସରକାର ଉପରେ ବର୍ଷିଛନ୍ତି ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।  ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ସୁଯୋଗ ଦେବାକୁ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ଗୁଜରାଟରେ ଏବେ ସରକାରୀ ସ୍କୁଲର ଅବସ୍ଥା ବହୁତ ଖରାପ ରହିଛି । ସେଠାରେ ୬ ହଜାର ସ୍କୁଲ ବି ବନ୍ଦ କରିଦିଆଯାଇଛି । ଅନେକ ସ୍କୁଲର କାନ୍ଥ ଏବେ ଦୁର୍ବଳ ହେବାକୁ ବସିଲାଣି । କିଛି କିଛି ସ୍କୁଲରେ ୭ଟି କ୍ଲାସ ପାଇଁ ଜଣେ ଶିକ୍ଷକ ଅଛନ୍ତି। ଏଠାରେ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଖରାପ ହେଉଛି । ତେଣୁ ଗୁଜରାଟରେ ଆପକୁ ଥରେ ସୁଯୋଗ ଦେବାକୁ କେଜରିୱାଲ ଗୁଜରାଟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଗୁଜୁରାଟର ୬.୫ କୋଟି ଲୋକଙ୍କୁ କହିବାକୁ ଚାହେଁ ଯେ, ଚାଲନ୍ତୁ ମିଳିମିଶି ବିଜେପିର ଅହଂକାର ଭାଙ୍ଗିବା। ଆମକୁ ଗୋଟିଏ ସୁଯୋଗ ଦିଅନ୍ତୁ। ଯଦି ଆପଣ ଆମ ସରକାରକୁ ପସନ୍ଦ କରିବେ ନାହିଁ ବା ସରକାର ଆପଣଙ୍କ ପାଇଁ କାମ କରିବେ ନାହିଁ ତେବେ ପରବର୍ତ୍ତୀ ନିର୍ବାଚନରେ ଆପଣ ମୋତେ କ୍ଷମତାଚ୍ୟୁତ କରିଦେବେ। ମୁଁ ସମସ୍ତଙ୍କଠାରୁ ସଚ୍ଚୋଟ ଏବଂ ଦୁର୍ନୀତିମୁକ୍ତ ବ୍ୟକ୍ତି ଅଟେ। ଏହି ଲୋକମାନେ ମୋ ବିରୋଧରେ ଅନେକ ଅନୁସନ୍ଧାନ କରିଥି‌ଲେ ବି ଏମାନଙ୍କୁ କିଛି ମିଳିନାହିଁ ବୋଲି କହିଛନ୍ତି କେଜ୍ରିୱାଲ।।

Leave A Reply

Your email address will not be published.