ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇସ୍ତଫା ଚର୍ଚ୍ଚା ମିଛ; ମୁଁ ଇସ୍ତଫା ଦେଇନି, ଜିଲ୍ଲା ସଭାପତି ରହିଛି ଏବଂ ରହିବି: ସୁର ରାଉତରାୟ

ଭୁବନେଶ୍ଵର: ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରସଙ୍ଗରେ ମୁହଁ ଖୋଲିଲେ ଜଟଣୀ ବିଧାୟକ ସୁର ରାଉତରାୟ। ସେ କହିଛନ୍ତି ଯେ, ମୋ ଇସ୍ତଫା ଚର୍ଚ୍ଚା ଭୁଲ। ମୁଁ ଇସ୍ତଫା ଦେଇ ନାହିଁ । ଜିଲ୍ଲା ସଭାପତି ଭାବେ ରହିଛି ଏବଂ ରହିବି। ଇସ୍ତଫା ଦେବା ଖବରକୁ ଖଣ୍ଡନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ । ତାଙ୍କ ଇସ୍ତଫା ଦେବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ସମ୍ପୂର୍ଣ୍ଣ ଗୁଜବ।

ବିଧାୟକ ସୁର ଆହୁରି ମଧ୍ୟ କହିଛନ୍ତି କି, ନୂଆ ପିସିସି ଗଠନରେ ବାଲିପାଟଣାର ଜଣଙ୍କୁ ସଭ୍ୟ କରିବା ପାଇଁ ମୁଁ ପ୍ରସ୍ତାବ ଦେଇଥିଲି । ମାତ୍ର ତାଙ୍କୁ ସଭ୍ୟ କରାଯାଇ ନାହିଁ । ମୁଁ ନୁହେଁ, ସୋନିଆ ଗାନ୍ଧୀ କି ରାହୁଲ ଗାନ୍ଧୀ ଚାହିଁଲେ ବି ଶହେକୁ ଶହେ ସଭ୍ୟ ହୋଇ ପାରିବେ ନାହିଁ । କଂଗ୍ରେସ ବର୍ତ୍ତମାନ ଭାରତ ଯୋଡ ଜରିଆରେ ଲୋକଙ୍କ ସହ ଯୋଡି ହେଉଛି । ତେବେ ମୁଁ ଜିଲ୍ଲା ସଭାପତି ରହିଛି ଏବଂ ରହିବି ବୋଲି ସୁରେଶ ରାଉତରାୟ କହିଛନ୍ତି ।

Leave A Reply

Your email address will not be published.