ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଳି ମୋ ଭିତରେ ପୁଷ୍ଟିକର ଖାଦ୍ୟରେ ପରିଣତ ହୋଇଯାଏ, ଭଗବାନ ମୋତେ ଏପରି ଆଶୀର୍ବାଦ ଦେଇଛନ୍ତି : ମୋଦୀ

ହାଇଦ୍ରାବାଦ :  ତେଲେଙ୍ଗାନା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ଏଥର ମଧ୍ୟ ପୂର୍ବ ଥର ଭଳି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ବିମାନବନ୍ଦରରେ ପହଞ୍ଚିନଥିଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ତେବେ ତେଲେଙ୍ଗାନାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନାଁ ‌ନନେଇ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କେସିଆରଙ୍କ ସିଧାସଳଖ ନା ନନେଈ ପରୋକ୍ଷରେ ସେ ଜଣେ ଦୁର୍ନୀଗ୍ରସ୍ତ ଓ ପରିବାରବାଦ ରାଜନୀତିର ପୃଷ୍ଠପୋଷକ ବୋଲି ମୋଦୀ ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ଜନସଭାରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ’ମୁଁ ଏତେ କାମ କରି ମୁଁ ଥକୁନାହିଁ କି ବୋଲି ଲୋକେ ମୋତେ ପ୍ରଶ୍ନ କରନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ, ମୁଁ ଥକେ ନାହିଁ। କାରଣ ପ୍ରତିଦିନ ମୋତେ ୨-୩ କେଜି ଗାଳି ଶୁଣିବାକୁ ମିଳେ। ଏହି ଗାଳି ମୋ ଶରୀର ଭିତରକୁ ଯାଇ ପୋଷଣ ଯୋଗାଇଥାଏ। ଭଗବାନ ମୋତେ ଗାଳିକୁ ପୋଷଣରେ ପରିଣତ କରିପାରିବାର ଆଶୀର୍ବାଦ ଦେଇଛନ୍ତି। ମୁଁ କହିଦେବାକୁ ଚାହଁ ଯେ, ମୋଦୀଙ୍କୁ ଗାଳି କର, ବିଜେପିକୁ ଗାଳି କର, କିନ୍ତୁ ଯଦି କେହି ତେଲେଙ୍ଗାନାର ଲୋକଙ୍କୁ ଗାଳି କରିବ ତେବେ ତାଙ୍କୁ ଏଥିପାଇଁ ଭାରୀ ମୂଲ୍ୟ ଦେବାକୁ ହେବ। ”

ମୋଦୀ ଆହୁରି ମଧ୍ୟ କହିଛନ୍ତି କିଛି ଲୋକ ବିଜେପି ବିରୋଧରେ ଅପଶବ୍ଦ କହି ଗାଳିଗୁଲଜ କରୁଛନ୍ତି। ଅଶାଳୀନ ଭାଷା ପ୍ରୟୋଗ କରୁଛନ୍ତି। ତେଲେଙ୍ଗାନାର କାର୍ଯ୍ୟକର୍ତ୍ତାମାନଙ୍କୁ ମୁଁ ବ୍ୟକ୍ତିଗତଭାବେ ଅନୁରୋଧ କରୁଛି। କିଛି ଲୋକ ନିରାଶା, ଭୟ ଏବଂ ଅନ୍ଧବିଶ୍ୱାସ ପାଇଁ ମୋଦୀଙ୍କୁ ଦୁର୍ବ୍ୟବହାର କରିବେ। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆପଣ ଏସବୁକୁ ନେଇ ଉତ୍ତେଜିତ ହୋଇ କୌଣସି ଭୁଲ ପଦକ୍ଷେପ ନେବେ ନାହିଁ।

ସେହିପରି ରାଜ୍ୟରେ କେନ୍ଦ୍ରର ବିକାଶରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି କହିଛନ୍ତି । ସେହିପରି କେସିଆର ଜଣେ ଅନ୍ଧବିଶ୍ୱାସୀ ବୋଲି ମୋଦୀ କହିଛନ୍ତି । ମନ୍ତ୍ରିମଣ୍ଡଳରେ କିଏ ସ୍ଥାନ ପାଇବ , ବିଭିନ୍ନ ଅଫିସ୍ କେଉଁଠି ରହିବ ଏମିତି ଅନେକ ନିଷ୍ପତ୍ତି ପାଇଁ କେସିଆର ଅନ୍ଧବିଶ୍ୱାସର ସାହାରା ନିଅନ୍ତି। ଏହା ସାମାଜିକ ନ୍ୟାୟ ପ୍ରତିଷ୍ଠାରେ ସବୁଠାରୁ ବଡ ପ୍ରତିବନ୍ଧକ ବୋଲି ସେ କହିଛନ୍ତି। ତେଲେଙ୍ଗାନା ହେଉଛି ସୂଚନା ପ୍ରଯୁକ୍ତିର ଏକ କେନ୍ଦ୍ର। କିନ୍ତୁ ଏହି ଆଧୁନିକ ସହରରେ ଅନ୍ଧବିଶ୍ୱାସର ପ୍ରଚାର କରାଯାଉଛି। ଯାହା ଅତ୍ୟନ୍ତ ଦୁଃର୍ଭାଗ୍ୟଜନକ। ଯଦି ତେଲେଙ୍ଗାନାକୁ ବିକଶିତ କରିବାକୁ ପଡିବ, ଆମକୁ ଛୁଆବର୍ଗଙ୍କୁ ଆଗକୁ ଆଣିବାକୁ ପଡ଼ିବ। ରାଜ୍ୟରୁ ଅନ୍ଧବିଶ୍ୱାସ ହଟାଇ ବିକାଶ କରିପାରିଲେ ଲୋକମାନେ ଖୁସିରେ ରହିବେ ବୋଲି ମୋଦୀ କହିଛନ୍ତି।

Leave A Reply

Your email address will not be published.