ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଁ କଥାରେ ନୁହେଁ କାମରେ ବିଶ୍ବାସ କରେ, ପଦ୍ମପୁରବାସୀଙ୍କ ସବୁ ଦାବି ପୂରଣ ହେବ : ମୁଖ୍ୟମନ୍ତ୍ରୀ

ପଦ୍ମପୁର :ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଝାରବନ୍ଧ ତାପରେ ପାଇକମାଳ ଏବଂ ସର୍ବଶେଷରେ ମୁଖ୍ୟମନ୍ତ୍ରୀ ପଦମପୁରରେ ପ୍ରଚାର କରିଛନ୍ତି।ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିଥିଲେ ନବୀନ । ଗଙ୍ଗାଧର ମେହେରଙ୍କ ଏ ପବିତ୍ର ମାଟିକୁ ପ୍ରଣାମ ଜଣାଇବା ସହ ଝାରବନ୍ଧ ଅଞ୍ଚଳବାସୀଙ୍କୁ ଜୁହାର ଜଣାଇ ଏତେ ସଂଖ୍ୟାରେ ସଭାକୁ ଆସିଥିବାରୁ ଚାଷୀ, ମା, କେନ୍ଦୁପତ୍ର ତୋଳାଳୀ ଓ ଜନଜାତି ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଥିଲେ ଯେ, ସେ ସବୁବେଳେ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ଗରିବଙ୍କ ହକ୍ ପାଇଁ ଲଢୁଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ ତାଙ୍କ ସରକାର କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରାଯାଉଅଛି । ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ଭଲ କାମ କରିଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଙ୍କ କଲ୍ୟାଣ ପାଇଁ କାମ କରୁଛି ତାଙ୍କ ସରକାର। କଥା ନୁହେଁ ସେ କାମରେ ବିଶ୍ୱାସ କରନ୍ତି ବୋଲି ନବୀନ କହିଛନ୍ତି । ପଦ୍ମପୁରବାସୀଙ୍କ ଦାବି ପୂରଣ ହେବ ଓ ସ୍ୱପ୍ନ ସାକାର ହେବ । ବଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଣ୍ଡିଆ ମାରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ନେଲେ ଆଶୀର୍ବାଦ ନେଲେ ବର୍ଷା

ପୁଣି ଜନସଭାରେ କାନ୍ଦି ପକାଇଲେ ପଦ୍ମପୁର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ନିର୍ବାଚନୀ ସଭାରେ ଉଦବୋଧନ ଦେବା ସମୟରେ ବାପାଙ୍କ କଥା ମନେ ପକାଇ କାନ୍ଦିଛନ୍ତି ବର୍ଷା । ପଦ୍ମପୁର ବିକାଶ ଧାରାକୁ ଆଗକୁ ନେବା ପାଇଁ ତାଙ୍କୁ ଭୋଟ ଦେବାକୁ ନିବେଦନ କଲେ ।ବିଶାଳ ଜନସଭାରେ ଯୋଗ ଦେଇ ତାଙ୍କ ପ୍ରତି ବ୍ୟକ୍ତିଗତ ଅକ୍ଷେପ କରୁଥିବା ବିରୋଧୀଙ୍କୁ ବର୍ଷା କହିଛନ୍ତି, ‘ ଆପଣଙ୍କର ମା, ଭଉଣୀ ଅଛନ୍ତି, ରାଜନୈତିକ ମନ୍ତବ୍ୟ ଦିଅନ୍ତୁ ହେଲେ କାହାକୁ ବ୍ୟକ୍ତିଗତ ଆକ୍ଷେପ କରନ୍ତୁନାହିଁ’ । ଆଜି ପଦ୍ମପୁର ଝାରବନ୍ଧରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚୋର ବସିଥିଲେ ବର୍ଷା । ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ଭାଷଣ ଦେଇଥିଲେ ବର୍ଷା । ଏହାସହ ଲୋକଙ୍କ ଅଶୀର୍ବାଦ ଭିକ୍ଷା କରିଥିଲେ ।

Leave A Reply

Your email address will not be published.