ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତନ୍ତ୍ର ସାଧନା ପାଇଁ ନିଜ ପତ୍ନୀକୁ ବଳି ଦେଇଥିବା ପତ୍ନି ହନ୍ତା ସ୍ୱାମୀକୁ ଆଜୀବନ ଜେଲଦଣ୍ଡ

ଭଦ୍ରକ : ତନ୍ତ୍ର ସାଧନା ପାଇଁ ନିଜ ପତ୍ନୀକୁ ବଳି ଦେଇଥିବା ପତ୍ନି ହନ୍ତା ସ୍ବାମୀକୁ ଆଜୀବନ ଜେଲଦଣ୍ଡ । ଭଦ୍ରକର ମାନ୍ୟବର ଜିଲ୍ଲା ଜଜ୍ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଅଭିଯୁକ୍ତ ସ୍ୱାମୀ ନିଜର ପତ୍ନୀକୁ ହତ୍ୟା କରିଥିବା ଅପରାଧରେ ଆଜୀବନ ଜେଲ ଦଣ୍ଡ ସହ ନଗତ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଦେଇ ନପାରିଲେ ପୁନଶ୍ଚ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ମଧ୍ୟ ତାଙ୍କ ରାୟରେ ଦର୍ଶାଇଛନ୍ତି। ୨୦୧୯ ମସିହା ଜାନୁଆରି ୨୩ ତାରିଖରେ ଏମିତି ଜଣେ ଜହ୍ଲାଦ ସ୍ବାମୀ ତନ୍ତ୍ର ସାଧନା ପାଇଁ ନିଜ ଶୋଇବା ଘରେ ପତ୍ନୀର ବେକକୁ ଦାଆରେ କାଟି ବଳି ଦେବା ବାହାନାରେ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା। ସେହି ଜହ୍ଲାଦ ସ୍ବାମୀ ବାଁଶଡା ଥାନା ଅନ୍ତର୍ଗତ ଖଦାଳ ପୋଖରି ଗ୍ରାମର ବିଦ୍ୟାଧର ଦାସଙ୍କ ଜ୍ୟଷ୍ଠ ପୁତ୍ର ପ୍ରହଲ୍ଲାଦ ଦାସ।

Leave A Reply

Your email address will not be published.