ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଶାଚ ସ୍ୱାମୀର ନୃଶଂସ ହତ୍ୟାକାଣ୍ଡ: ଭାତ ରନ୍ଧା ଚଟୁରେ ପିଟିପିଟି ପତ୍ନୀକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ସ୍ୱାମୀ

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ମେର୍ଦା ପଞ୍ଚାୟତ ଅଧୀନ ସାତପଉଟିଆ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘଟିଯାଇଛି ଜଘନ୍ୟ ହତ୍ୟାକାଣ୍ଡ l ପାରିବାରିକ କଳହକୁ କେନ୍ଦ୍ରକରି ପିଶାଚ ସ୍ୱାମୀ ଏକ ଭାତରନ୍ଧା ଚଟୁ ସାହାଯ୍ୟରେ ସ୍ତ୍ରୀର ମୁଣ୍ଡକୁ ପିଟିପିଟି ହତ୍ୟା କରିବା ପରେ ବୈଶିଙ୍ଗା ଥାନାରେ ଆତ୍ମସମର୍ପଣ କରିଛି l ମୃତା ମହିଳା ଜଣକ ହେଉଛନ୍ତି ୩୫ ବର୍ଷୀୟା ମାଳତୀ ସିଂ ଏବଂ ଅଭିଯୁକ୍ତ ପିଶାଚ ସ୍ୱାମୀ ନାମ ହେଉଛି କାର୍ତ୍ତିକ ସିଂ (୪୦) l

ସୂଚନା ମୁତାବକ, କୌଣସି କଥାକୁନେଇ କାର୍ତ୍ତିକ ସିଂ ଉତ୍ୟକ୍ତ ହୋଇ ଭାତରନ୍ଧା ପାଇଁ ବ୍ୟବହୃତ ଏକ ବଡ ଆଲୁମିନିୟମ ଚଟୁ ସାହାଯ୍ୟରେ ମାଳତୀର ମୁଣ୍ଡରେ ବାରମ୍ବାର ପ୍ରହାର କରିଚାଲିଲା l ଘଟଣାସ୍ଥଳରେ ହିଁ ମାଳତୀର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ କାର୍ତ୍ତିକ ରାତି ଅଢେଇଟା ପାଖାପାଖି ସମୟରେ ବୈଶିଙ୍ଗା ଥାନାକୁ ଆସି ଆତ୍ମସମର୍ପଣ କରିଥିଲା l ଏନେଇ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ପାରିବାରିକ ହିଂସା ଏବଂ ହତ୍ୟାକାଣ୍ଡ ଜନିତ ଦଫାରେ ୨୧୯ ନମ୍ବରରେ ଏକ ମାମଲା ରୁଜୁକରି ଶୁକ୍ରବାର ସାଇଣ୍ଟିଫିକ ଟିମକୁ ଡକାଇ ହତ୍ୟାକାଣ୍ଡ ସ୍ଥାନରେ ସରଜମିନ ତଦନ୍ତ କରାଇଥିଲେ l ଅଭିଯୁକ୍ତ କାର୍ତ୍ତିକର ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ ନାମଞ୍ଜୁର ପରେ ବାରିପଦାସ୍ଥିତ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି l

Leave A Reply

Your email address will not be published.