ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ, ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କଲା ସ୍ୱାମୀ

ସୁକିନ୍ଦା : ପାରିବାରିକ କଳହରୁ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିବା ଘଟଣା ସୁକିନ୍ଦା ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି।ଘଟଣା ଘଟିଛି ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁରେ।ସେହି ଗାଁର ଗୋଲେଖ ମହାନ୍ତ ବୁଧବାର ପୂର୍ବାହ୍ନରେ ନିଜ ସ୍ତ୍ରୀ ରାଧିକାକୁ ଏକ କଟୁରିରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି।ଗୋଲେଖ ଗତ କିଛି ବର୍ଷ ହେଲା ଖାସି କାଟି ମାଂସ ବେପାର କରେ।କିଛିଦିନ ହେବ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଳହ ଲାଗିରହୁଥିଲା ଯେଉଁଥି ପାଇଁ ରାଧିକା ନିଜ ବାପ ଘରକୁ(ଚିଙ୍ଗୁଡ଼ିପାଳ) ଚାଲିଯାଇଥିଲେ।

ଗତକାଲି ଗୋଲେଖର ଦେହ ଭଲନଥିବାରୁ ଗୋଲେଖର ଭଉଣୀ ଯାଇ ରାଧିକାକୁ ଡାକି ଆଣିଥିଲେ। ଆଜି ସକାଳୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପୁଣି କଳହ ଲାଗିଥିଲା।ରାଧିକା ଗାଧୋଇବା ବେଳେ ଘରେ କେହି ନଥିବା ସୁଯୋଗରେ ଗୋଲେଖ ଏକ କଟୁରିରେ ହାଣି ହତ୍ୟା କରି ଖସି ଯାଉଥିବା ବେଳେ ପାଖ ପଡୋଶୀ ମାନେ ଗୋଲେଖକୁ କାବୁକରି ବାନ୍ଧି ପୁଲିସକୁ ଖବର ଦେଇଥିଲେ।ପୁଲିସ ଅଭିଯୁକ୍ତକୁ ଗିରଫ କରି ମାରଣାସ୍ତ୍ର ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.