ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ

କାମାକ୍ଷାନଗର: ପାରିବାରିକ କଳହ କୁନେଇ ସ୍ତ୍ରୀକୁ ପନିକିରେ ହାଣିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ପଥରଖୁମ୍ବ ଗ୍ରାମରେ।

ସୂଚନା ଅନୁଯାୟୀ, ଗ୍ରାମର ପ୍ରମୋଦ ରାଉତରାୟ ରାଜମିସ୍ତ୍ରୀ ଭାବେ ଢେଙ୍କାନାଳରେ କାମ କରୁଛନ୍ତି। ଗତକାଲି କାମରୁ ଫେରି ପ୍ରମୋଦ ପଥରଖୁମ୍ବ ଆସିଥିବା ବେଳେ କୌଣସି କାରଣବଶତଃ ଆଜି ସକାଳୁ ତାଙ୍କ ସ୍ତ୍ରୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରମୋଦ ନିକଟରେ ଥିବା ଏକ ପନିକିରେ ତାଙ୍କ ସ୍ତ୍ରୀ ମଲାଋଣୀ ରାଉତରାୟଙ୍କୁ ହାଣି ଦେଇଥିଲେ। ଫଳରେ ତାଙ୍କ ଗୋଡ଼ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବେଳେ କିଛି ସ୍ଥାନୀୟ ଲୋକ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତି କରାଇଥିଲେ। ଏ ନେଇ ଖବର ପାଇ କାମାକ୍ଷାନଗର ପୁଲିସ ମେଡିକାଲରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରମୋଦ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି।

Leave A Reply

Your email address will not be published.