ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀ ଉପରେ ଅଭିମାନ କରି ଘରେ ନିଆଁ ଲଗେଇଲା ସ୍ୱାମୀ

ଜଳେଶ୍ବର: ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ କଳହକୁ ନେଇ ସ୍ୱାମୀ ନିଜର କ୍ରୋଧକୁ ସମ୍ଭାଳି ନ ପାରି ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ଘର ଓ ଦୋକାନରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଦୋକାର ଘରର ଜିନିଷ ପତ୍ର ଓ ନିଜ ବାସ ଗୃହ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଷ୍ଟେସନ ବଜାର ସ୍ଥିତ ସାହୁ ଛକ ନିକଟରେ।

ସୂଚନା ଅନୁଯାୟୀ, ଗଣେଶଲାଲ ମାଇଁତି ନିଜ ସ୍ତ୍ରୀ ବନ୍ଦନା ଓ ପିଲା ଛୁଆକୁ ଧରି ଜଳେଶ୍ୱର ଷ୍ଟେସନ ବଜାର ସାହୁ ଛକ ରେଳ ଗେଟ ନିକଟରେ କିଛି ରେଲୱେ ଜାଗା ଉପରେ ଘର ଓ ଲେଡିସ ଟେଲର ଦୋକାନ କରି ପରିବାର ଚଳାଉ ଥିଲେ। ତେବେ ଆଜି ସକାଳ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ମତାନ୍ତର ଲାଗିବା ପରେ ସ୍ବାମୀ ଗଣେଶଲାଲ ନିଜ ସ୍ତ୍ରୀକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିବା ବେଳେ ସ୍ତ୍ରୀ ଅନ୍ୟତ୍ର ଖସିପଳାଇ ଥିଲେ। ତେବେ ସ୍ତ୍ରୀ ଉପରେ ରାଗ ସୁଝାଇବାକୁ ଯାଇ ନିଜେ ରହୁଥିବା ଘର ଓ ଟେଲର ଦୋକାନରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ନିଆଁରେ ଟେଲର ଦୋକାନର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ସହ ବାସ ଗୃହ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply

Your email address will not be published.