ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପତ୍ନୀହନ୍ତା ସ୍ବାମୀକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ବାରିପଦା : ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ପଟ୍ଟନାୟକ ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ବାଙ୍ଗିରିପୋଷି ଥାନା କୁମ୍ଭାରମୁଣ୍ଢାକଟାର ପୁଣ୍ଡୁରୀସାହିର ଲାଲ ମୋହନ ସିଂ । ସେ ୨୦୧୭ ନଭେମ୍ବର ତାରିଖରେ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ସ୍ତ୍ରୀ ଶାନ୍ତିଙ୍କୁ ଏକ ଲୁହା ରୋଡ ମାଡ ମାରି ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ ଉଦେଶ୍ୟରେ ନିଜର ଦୁଇ ପିଲାଙ୍କୁ ବାହାରକୁ ନେଇ ଆସି ଘରେ ନିଆଁ ଲଗାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ବାଙ୍ଗିରିପୋଷି ଥାନାରେ ନିଆଁ ରେ ପୋଡ଼ି ସ୍ତ୍ରୀ ର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ।

ଲାଲ ମୋହନ ଏବଂ ଶାନ୍ତି ଭଲପାଇ ବିବାହ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ମଧ୍ୟରେ ମନାନ୍ତର ରହିଥିଲା । ଫଳସ୍ୱରୂପ ଅଭିଯୁକ୍ତ ଲାଲମୋହନ ତାଙ୍କ ସ୍ତ୍ରୀ ଶାନ୍ତି ଙ୍କୁ ହତ୍ୟା କରିଥିଲେ । ତେବେ ଏହି ଘଟଣାରେ ବାଙ୍ଗିରିପୋଷି ପୁଲିସ କେସ ନଂ ୧୦୭/୧୭ ରେ ଏକ ନରହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାର ବିଚାର ଚାଲିଥିବା ବେଳେ ମଙ୍ଗଳବାର ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଜଜ୍ ଦଫା ୪୯୮ଏ, ୩୦୨, ୪୩୬, ୨୦୧ ଆଇପିସି ଅନୁସାରେ ଅଭିଯୁକ୍ତ ଲାଲ ମୋହନ ସିଂଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । ସରକାରୀଙ୍କ ପକ୍ଷରୁ ଓକିଲ ସସ୍ମିତା ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.