ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯୌତୁକ ପାଇଁ ସ୍ତ୍ରୀକୁ ନିଆଁ ଲଗାଇ ହତ୍ୟା ଘଟଣା: ପତ୍ନି ହନ୍ତା ସ୍ବାମୀକୁ ଆଜୀବନ ଜେଲ୍

ଭଦ୍ରକ: ପତ୍ନି ହନ୍ତାକୁ ଆଜୀବନ ଜେଲ। ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଆଶିଷ କୁମାର ତ୍ରିପାଠି ଏକ ପତ୍ନୀ ହତ୍ୟା ଅପରାଧରେ ଜେଲରେ ବିଚାରାଧିନ ବନ୍ଦୀ ଭାବେ ଅଟକ ଥିବା ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧିନ ଜିତାନଗା ଗାଁର ଭାଗବତ ବେହେରାଙ୍କ ପୁତ୍ର କାଲୁ ଓରଫ ପୂର୍ଣ୍ଣଚନ୍ଦ୍ର ବେହେରା ତାଙ୍କ ପତ୍ନୀକୁ ଯୌତୁକ ପାଇଁ ଘରେ ଶୋଇଥିବା ବେଳେ ଘର ନିଆଁ ଲଗାଇ ହତ୍ୟା କରି ଥିବା ଅପରାଧରେ ଆଜୀବନ ଜେଲ ଓ ତିନି ଗୋଟି ଦଫାରେ ୩ ହଜାର ଟଙ୍କା ଜୋରିମାନା ଦେବା ପାଇଁ ଆଦେଶ ପ୍ରଦାନ କରିଛନ୍ତି। ଜୋରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତା ସହ ପୂର୍ଣ୍ଣଚନ୍ଦ୍ରଙ୍କ ମାତା ଅପନୁ ବେହେରାଙ୍କୁ ବହୂକୁ ଯୌତୁକ ନିର୍ଯାତନା ଦେଉଥିବା ଅପରାଧରେ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ପ୍ରକାଶ ଥାଉକି, ଗତ ୨୦୧୫ ମସିହା ନଭେମ୍ବର ମାସ ୮ ତାରିଖରେ ପତ୍ନୀକୁ ହାତଗୋଡ ବାନ୍ଧି ଘର ଭିତରେ ଛାଡି ଦେଇ ବାହାରୁ କବାଟ ଦେଇ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଘରେ ନିଆଁ ଲଗାଇ ଦେଇ ଥିଲା। ମୁମୁର୍ଷ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଅଣେ ଯିବା ପରେ ତାର ମୃତ୍ୟୁକାଳିନ ଜମାନବନ୍ଦି ପୁଲିସ ରେକର୍ଡ କରିଥିଲା ଓ ପରେ ପତ୍ନୀଙ୍କର ମୃତ୍ୟୁ ହୋଇ ଯାଇଥିଲା। ପତ୍ନୀଙ୍କ ପିତା ସେତେବେଳେ ଭଦ୍ରକ ଗ୍ରାମଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ଥାନା କେସ ନମ୍ବର ୬୪୮/୨୦୧୫ ଦଫା ୩୦୨,୪୯୮ କ,୪୩୬,୩୪ରେ ପୁର୍ଣ୍ଣଚନ୍ଦ୍ର ଓ ମାତା ଅପନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରଥିଲା । ପରେ ଶାଶୁ ଜାମିନରେ ଥିଲେ ମଧ୍ୟ ସ୍ବାମୀ ପୂର୍ଣ୍ଣଚନ୍ଦ୍ର ଅଦ୍ୟାବଧି ବିଚାରାଧିନ ବନ୍ଦୀ ଭାବରେ ଜେଲରେ ଅଟକ ଅଛି।

ଆଜି ରାୟରେ ମାନ୍ୟବର କୋର୍ଟ ଭାରତୀୟ ପିଙ୍ଗଳ କୋଡର ଦଫା ୩୦୨ରେ ଆଜୀବନ ସଶ୍ରମ ଜେଲ ଦଣ୍ଡ ଓ ୧ ହଜାର ଟାଙ୍କା ଜୋରିମାନା, ୪୩୬ ଦଫାରେ ଆଜୀବନ ଜେଲ ଓ ୧ ହଜାର ଟଙ୍କା ଜୋରିମାନା, ୪୯୮ କ ଦଫାରେ ୩ ବର୍ଷ ସଶ୍ରମ କାରା ଦଣ୍ଡ ଓ ୧ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ପୁନଶ୍ଚ ସର୍ବ ମୋଟ ୩ ମାସ ଜେଲ ଦଣ୍ଡା ଭୋଗିବା ପାଇଁ ରାୟରେ ଉଲ୍ଲେଖ ଅଛି। ସେହିପରି ଶାଶୁ ଅପନା ବେହେରାଙ୍କୁ କେବଳ ୪୯୮( କ) ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁଣି ୧ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରୀଙ୍କ ତରଫରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଅରୁଣ ମିଶ୍ର ଓ ସୂର୍ଯ୍ଯକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ।

Leave A Reply

Your email address will not be published.