ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀ ସାଜିଲା ସଇତାନ୍: ଘରୋଇ କଳିର କରୁଣ ପରିଣତି, ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ଭଦ୍ରକ: ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅନ୍ତର୍ଗତ ତଳଦୁମୁକା ଗାଁ ମହାକୁଡ ସାହିରେ ଘଟିଛି ଅଭାବନୀୟ ଘଟଣା । ରବିବାର ବିଳମ୍ବିତ ରାତିରେ ଘରୋଇ କଳିରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ସ୍ୱାମୀଙ୍କ ନାମ କହ୍ନେଇ ବେହେରା ହୋଇଥିବା ବେଳେ ମୃତକ ହେଲେ କହ୍ନେଇଙ୍କର ସ୍ତ୍ରୀ ରାଧାରାଣୀ ବେହେରା।

ସୂଚନା ଅନୁଯାୟୀ, ସ୍ବାମୀ କହ୍ନେଇ ବେହେରା  ଓ ସ୍ତ୍ରୀ ରାଧାରାଣୀଙ୍କ ମଧ୍ଯରେ କୌଣସି କାରଣରୁ ବଚସା ହୋଇଥିଲା। ସ୍ବାମୀ ଉତକ୍ଷୀପ୍ତ ହୋଇ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲେ।  ସ୍ତ୍ରୀକୁ ହତ୍ୟା ପରେ ନିଜ ପୁଅକୁ ମଧ୍ୟ ମାରିବାକୁ ଉଦ୍ୟମ କରୁଥିଲା ସଇତାନ୍ ବାପା । ଏହି ସମୟରେ ଚିତ୍କାର ଶୁଣି ଗାଁ ଲୋକ ଘରର କବାଟ ଭାଙ୍ଗି ନାବାଳକ ପୁଅକୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ସ୍ୱାମୀକୁ କାବୁ କରି ପୁଲିସର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।

Leave A Reply

Your email address will not be published.