ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ପତ୍ନୀଙ୍କୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡା : ପରକୀୟା ପ୍ରୀତି ଯୋଗୁ ନିଜ ପତ୍ନୀଙ୍କୁ ହତ୍ୟା କରିବାକୁ ନେଇ ଏବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ମାତ୍ର ୩ ବର୍ଷ ତଳେ ପରସ୍ପରକୁ ଭଲ ପାଇ ପ୍ରେମ ବିବାହ କରିଥିଲେ l କିଛିଦିନ ଠିକଠାକ ସଂସାର ଚାଲିଥିଲା l ଏହି ସମୟରେ ପଡୋଶୀ ଘରର ଜଣେ ମହିଳାଙ୍କ ସହ ସ୍ୱାମୀଙ୍କର ସମ୍ପର୍କ ଗଢି ଉଠିଥିଲା l ଫଳରେ ପରିବାରରେ ପ୍ରତ୍ୟେକ ଦିନ ବିଶୃଙ୍ଖଳା ଆରମ୍ଭ ହୋଇଥିଲା l କିଏ ଜାଣିଥିଲା ଏହିଭଳି ବିଶୃଙ୍ଖଳା ଦିନେ କାହାର ଜୀବନ ନେବ l

ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଡାମରପୁର ପଞ୍ଚାୟତ ବାଲିପାଟଣା ଗାଁରେ । ପରକିୟା ପ୍ରୀତି ଆଗରେ ପତ୍ନୀର ପ୍ରେମକୁ ପର ପତ୍ନୀ ସହ ମିଶି ହତ୍ୟା ହୋଇଛି ବୋଲି ଥାନାରେ ଅଭିଯୋଗ ହୋଇଛି l ପୋଲିସ ସୂଚନା ମୁତାବକ ହତ୍ୟାକାରୀର ନିଜ ମା ବୋହୁକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି l ପଟ୍ଟାମୁଣ୍ଡାଇ ଥାନା ଅଧିନ ବଳଭଦ୍ରପୁର-ଖର୍ଦ୍ଧାପାଟଣା ଗାଁର ବସନ୍ତ ତରାଇଙ୍କ ଝିଅ ଦୀପିକା ତରାଇଙ୍କୁ ଡାମରପୁର ବାଲିପାଟଣା ଗ୍ରାମର ଦେବାଶିଷ ବାଇ ପ୍ରେମ ବିବାହ କରିଥିଲେ l ଗତକାଲି ରାତିରେ ପଡୋଶୀଙ୍କ ପତ୍ନୀ ଆଉ ଦେବାଶିଷ ଅସଂଯତ ଅବସ୍ଥାରେ ଥିବା ଦେଖି ଦୀପିକା ପ୍ରତିବାଦ କରିଥିଲେ l ଜୋରରେ ପାଟି କରି କାନ୍ଦିବାକୁ ଲାଗିଥିଲେ l କାଳେ ଅନ୍ୟ କେହି ଘଟଣା ସମ୍ପର୍କରେ ଜାଣିଦେବେ ସେ ନେଇ ଦେବାଶିଷ ପତ୍ନୀଙ୍କ ମୁହଁ ବନ୍ଦ କରିଥିଲେ l ହେଲେ ସେ କିଛି ନଶୁଣିବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଛି l

ଏନେଇ ଗତ ବୁଧବାର ବିଳମ୍ବିତ ରାତିରେ ପଡୋଶୀ ମହିଳା ଓ ତାଙ୍କ ସ୍ୱାମୀ ଆଉ ଦେବାଶିଷ ମିଳିମିଶି ଦୀପିକାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ଏହି ଆକ୍ରମଣରେ ଦୀପିକାଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି l ଦୀପିକାଙ୍କ ମୃତ୍ୟୁ ପରେ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା l ହତ୍ୟା ପୂର୍ବରୁ ହତ୍ୟାକାରୀଙ୍କ ମା ଶ୍ରୀମତୀ ବାଇ ଅଭିଯୁକ୍ତ ଦେବାଶିଷର ପରକିୟା ପ୍ରୀତିକୁ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରି ଘରୁ ବିଦା କରିଦେଇଥିଲେ ବୋଲି ଅଭିଯୋଗ ହୋଇଛି l

ଅନ୍ୟପଟେ ଦୀପିକାଙ୍କ ମୃତ୍ୟୁକୁ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଦୁଇ ଦୁଇଟି ଅଭିଯୋଗ ହୋଇଛି l ଗୋଟିଏ ଦେବାଶିଷଙ୍କ ମା ଅଭିଯୋଗ କରିଥିବାବେଳେ ଦ୍ଵିତ୍ୱୀୟଟି ଦୀପିକାଙ୍କ ମା ସାବିତ୍ରୀ ତରାଇ ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ୪୧୯/୨୧ ରୁଜୁ କରି ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି l

Leave A Reply

Your email address will not be published.