ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ୱଶୁର ଘରେ ଜ୍ୱାଇଁର ନୃଶଂସ କାଣ୍ଡ; କଇଁଚିରେ ଭୁଶି ପତ୍ନୀକୁ ହତ୍ୟା କଲା ସ୍ୱାମୀ

ଉଦଳା: ଶ୍ୱଶୁର ଘରକୁ ବୁଲିବାକୁ ଆସି ଜ୍ୱାଇଁ ସାଜିଲା ହତ୍ୟାକାରୀ । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ପେଟରେ କଇଁଚି ଭୁସି ଅତି ନୃଶଂସଭାବେ ହତ୍ୟା କଲା ସ୍ୱାମୀ । ଏଭଳି ନାରକୀୟ କାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅଧୀନ ହିଞ୍ଜିଳିଗଡ଼ିଆ ଗାଁରେ । ମୃତା ମହିଳାଜଣକ ହେଲେ ସୁହାଗି ମୁର୍ମୁ । ପତ୍ନୀ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ସ୍ୱାମୀ ମଧୁସୁଦନ ମୁର୍ମୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ବିସିପୁର ଅଞ୍ଚଳର ମଧୁସୂଦନ ମୁର୍ମୁ ନିଜ ସ୍ତ୍ରୀ ସୁହାଗି ମୁର୍ମୁଙ୍କ ସହିତ ହିଞ୍ଜିଳଗଡିଆ ସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ । ତେବେ ଗତକାଲି ରାତିରେ ଶ୍ୱଶୁର ଘରେ ସ୍ୱାମୀ ସ୍ତ୍ରୀ ଥିବା ବେଳେ ହଠାତ କୌଣସି କାରଣରୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘରୋଇ କଳହ ଏତେ ଉଗ୍ରରୂପ ନେଲା ଯେ ଏକ କଇଁଚି ଆଣି ସ୍ୱାମୀ ମଧୁସୂଦନ ସ୍ତ୍ରୀକୁ ଆକ୍ରମଣ କରିଥିଲା ।

ମଧୁସୂଦନ କଇଁଚିରେ ସୁହାଗିଙ୍କ ପେଟ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଭୁସି ଥିଲା । ଫଳରେ ପ୍ରବଳ ରକ୍ତସ୍ରାବ ସହିତ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡି ରହିଥିଲେ । ପରିବାରର ଅନ୍ୟ ସଦସ୍ୟମାନେ ଘଟଣା ବାବଦରେ ଜାଣିପାରି ଗୁରୁତର ସୁହାଗିଙ୍କୁ ଚିକିତ୍ସା ନିମନ୍ତେ ଡୁକୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.