ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ: ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା

ଜଳେଶ୍ଵର : ମଦ୍ୟପ ସ୍ୱାମୀର ଉନ୍ମତ୍ତକାଣ୍ଡ ।ମଦପିଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ। ଏଭଳି ଅଭାବନିୟ ଘଟଣା ଘଟିଛି ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଂଚାୟତ ଗହିରାବନ୍ଧ ଗ୍ରାମରେ। ଗତ କାଲି ବିଳମ୍ବିତ ରାତିରେ ଘରୋଇ କଳହକୁ ନେଇ ସ୍ତ୍ରୀ ମଞ୍ଜୁଲତାକୁ ସ୍ବାମୀ ଦୁର୍ଗା ମୁର୍ମୁ ଠେଙ୍ଗାରେ ପିଟି ପିଟି ପ୍ରଥମେ ହାତ ଗୋଡ଼ ଭାଙ୍ଗିଲା ପରେ ମାରିଦେଇଥିବା ଜଣାପଡିଛି।

ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ ସ୍ବାମୀକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ସେମାନେ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ରାଇବଣିଆ ପୁଲିସ ତଦନ୍ତ କରୁଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ଗିରଫ କରିଛି।

Leave A Reply

Your email address will not be published.