ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରକୀୟା ପ୍ରୀତି ସନ୍ଦେହରେ ସଇତାନ ସାଜିଲା ସ୍ବାମୀ, କଟୁରୀରେ ହତ୍ଯା ପରେ ସ୍ତ୍ରୀର କଟା ମୁଣ୍ଡ ଧରି ବୁଲିଲା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୂର୍ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀ ବେକ୍ କୁ କଟୁରୀରେ କଟିଲା ସ୍ବାମୀ।  ସ୍ତ୍ରୀର କଟା ବେକ ଧରି ରାସ୍ତାରେ ବୁଲିଲା ସ୍ବାମୀ। ଏହି ସମୟରେ ସ୍ଥାନୀୟ ଲୋକେ ସ୍ବାମୀକୁ କାବୁ କରିଛନ୍ତି। ଅଭିଯୁକ୍ତ ସ୍ୱାମୀର ନାଁ ନାକଫୋଡି ମାଝୀ ଜଣାପଡିଛି।

ସୂଚନା ଅନୁଯାୟୀ, ସ୍ବାମୀ ନାକଫୋଡି ମାଝୀ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀ ଶୁଚଳା ମାଝିର ମୁଣ୍ଡ କାଟିଥିବା ନିଜେ ମାନିଛି । ମୁଣ୍ଡ କାଟିବା ପରେ ହାତରେ କଟାମୁଣ୍ଡ ଧରି ଦୀର୍ଘ ବାର କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସୁଥିବା ବେଳେ ଜଙ୍ଖିରା ନିକଟରେ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦା। ପରେ ଗନ୍ଦିଆ ଥାନା ପୁଲିସ ଜଙ୍ଖିରା ନିକଟରେ ପହଞ୍ଚି କଟାମୁଣ୍ଡକୁ ଜବତ କରିବା ସହ ପରେ ପିଶାଚ ସ୍ୱାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.