ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀଙ୍କୁ ହତ୍ୟା କରି ଲାଟିନ୍‌ ଟାଙ୍କି ଭିତରେ ପକାଇ ଦେଇଥିଲା ସ୍ବାମୀ, ୪ ମାସ ପରେ ସେଫ୍ଟିକ ଟାଙ୍କିରୁ ଉଦ୍ଧାର ହେଲା ଶବ

କୋରାପୁଟ :  ବିବାହର ପବିତ୍ର ବେଦିରେ ହୋମ ନିଆଁକୁ ସାକ୍ଷୀ ରଖି ଗୋଟେ ଜନମ ପାଇଁ ନୁହେଁ, ସାତ ଜନମ ପାଇଁ ଏକାଠି ରହିବାର ପଣ କରିଥାଆନ୍ତି ପତିପତ୍ନୀ । ସ୍ବାମୀ ଓ ସ୍ତ୍ରୀ ର ସଂପର୍କ ଏକ ପବିତ୍ର ସଂପର୍କ । ପରସ୍ପରକୁ ସାତ ଜନ୍ମ୍ ପାଇଁ ଅଗ୍ନିକୁ ସାକ୍ଷୀ ରଖି ଜୀବନ ସାଥି ରୂପେ ବାଛିଥାନ୍ତି ଉଭୟ । ହେଲେ ବେଳେବେଳେ କିଛି ଭୁଲ ବୁଝାମଣା ସଂପର୍କରେ ଫାଟ ସୃଷ୍ଟି କଲେ । ଯାହା ପରବର୍ତୀ ସମୟରେ ମୃତ୍ୟୁରେ ପରିଣତି ହୁଏ । ହେଲେ ଜଣେ ବ୍ୟକ୍ତି ତାର ସ୍ତ୍ରୀକୁ ହତ୍ୟା କରି ଲାଟିନ୍‌ ସେଫ୍ଟିକ ଟାଙ୍କି ଭିତରେ ମୃତଦେହକୁ ପକାଇ ଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ, ୪ ମାସ ପରେ ପାଇଖାନା ଟାଙ୍କିରୁ ଶବ ଉଦ୍ଧାର କରାଯାଇଛି।

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମା ଥାନା ଅଞ୍ଚଳରେ । ପାରିବାରିକ କଳହକୁ ନେଇ ପତ୍ନୀଙ୍କୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରମାଣ ନଷ୍ଟ କରିବା ପାଇଁ ସେଫ୍ଟିକ ଟାଙ୍କି ଭିତରେ ମୃତଦେହ ପକାଇ ଦେଇଥିବା ଜଣାଯାଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର କାକିରିଗୁମା ପଞ୍ଚାୟତ ଡେବରାଗୁଡ ଗ୍ରାମର ଦଶରଥ ସାହୁ ତାଙ୍କ ପତ୍ନୀ ୪୫ ବର୍ଷୀୟା ଗୌରୀ ସାହୁଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ସେଫ୍ଟିକ ଟାଙ୍କି ଭିତରେ ପକାଇଦେଇଥିବା ଜଣାପଡିଛି। ଆଜି ପୁଲିସ୍ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଛି। ଅଭିଯୁକ୍ତକୁ ଜେରା ପରେ ପୁଲିସ ଆଗରେ ସବୁ କଥା ସ୍ବୀକାର କରିଥିବା ସୁଚନା ରହିଛି।୪ ମାସ ତଳେ ଏହି ହତ୍ୟାକାଣ୍ଡ ଘଟାଇ ଥିବା କଥାକୁ ବି ମାନିଛି ଦାଶରଥୀ। ଅଭିଯୁକ୍ତ ସ୍ବାମୀ ଦଶରଥଙ୍କୁ ପୁଲିସ ଅଟକ ରଖିଛି।ଏନେଇ ଅଧିକ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ ସ୍ୱାମୀ ଦଶରଥ ସାହୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଘର ଭିତରେ ଥିବା ଲାଟିନ ଟାଙ୍କି ଭିତରେ ଶବକୁ ଫିଙ୍ଗି ଦେଇଥିଲା। ଏହାପରେ  ସ୍ତ୍ରୀର ପରିବାର ଲୋକଙ୍କ ଘରକୁ ଯାଇ ସ୍ତ୍ରୀ ନିଖୋଜ ହୋଇଥିବା ଜଣାଇଥିଲା। ପରିବାର ଲୋକ ଦଶରଥଙ୍କୁ ତାଙ୍କ ଝିଅକୁ ଖୋଜି ଆଣିବା ପାଇଁ କହିଥିଲେ। ଏହାପରେ ଦଶରଥ ଖୋଜାଖୋଜି କରିବା ଅଭିନୟ କରିବା ସହ କେଉଁଠି ମିଳୁନି ବୋଲି କହିଥିଲା। ଏହାର କିଛି ଦିନ ପରେ ଦଶରଥ ସାହୁ ଗତ ଅଗଷ୍ଟ ମାସ ୧୫ ତାରିଖରେ ସ୍ତ୍ରୀ ନିଖୋଜ ହେଇଥିବା କାକିରିଗୁମା ଥାନାରେ ଏତଲା ପ୍ରଦାନ କରିଥିଲେ।

ଝିଅ ନିଖୋଜ ହେବା ଏବଂ ନମିଳିବା ଖବରକୁ ବିଶ୍ବାସ କରି ନାପାରି ମହିଳାଙ୍କ ପରିବାର କିଛି ଦିନ ସମୟ ଦେଇ ଥିଲେ କିନ୍ତୁ ଝିଅର କିଛି ଖବର ମିଳି ନଥିଲା ପରିବାର ପକ୍ଷରୁ କାକିରିଗୁମା ଥାନାରେ ଦଶରଥଙ୍କ ନାମରେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଦଶରଥକୁ ଅଟକ ରଖି ପଚରା ଉଚୁରା କରିଥିଲେ। ପୁଲିସ ନିକଟରେ ସ୍ତ୍ରୀର ହତ୍ୟା ଘଟଣା ସମ୍ପର୍କରେ ପ୍ରକାଶ କରିଥିଲା ଦଶରଥ। ଗୌଡ ଗୁଡା ଗ୍ରାମର ଥିବା ନିଜ ଘରରେ ହତ୍ୟା କରି ଲାଟିନୀ ଟେକି ରେ ପିଗି ଥିବା ସମ୍ଫକରେ ଉଗାଳି ଥିଲା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଲାଟିନୀ ଟେକି ଭାଗି ପଚି ଶଢ଼ ନଷ୍ଟ ହୋଇ ଥିବା ଶବ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନେଇ ଥିବା ସୂଚନା ମିଳିଛି।

Leave A Reply

Your email address will not be published.