ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବୋହୂ ହତ୍ୟା ଅଭିଯୋଗରେ ଜେଲରୁ ଫେରି ସ୍ତ୍ରୀକୁ ହତ୍ୟା କଲା ପିଶାଚ ସ୍ୱାମୀ

ମୋରଡ଼ା : ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅନ୍ତର୍ଗତ ଚିକିଟାମାଟିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀ ର ଜୀବନ ଯାଇଛି । ଅତ୍ୟଧିକ ମଦ୍ୟ ପାନ ଯୋଗୁଁ ପାରିବାରିକ କଳହ କାରଣରୁ ସ୍ତ୍ରୀର ଜୀବନ ନେଇଛି ସ୍ୱାମୀ । ସୂଚନା ଅନୁସାରେ ଚିକିଟାମାଟିଆ ଗ୍ରାମର ବିଦ୍ୟାଧର ନାୟକ ତାଙ୍କ ସ୍ତ୍ରୀ ପ୍ରଶନି ନାୟକ (୬୫)ଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରିଛି ପିଶାଚ ସ୍ୱାମୀ ।

ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ସକାଳୁ ମୋରଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇ ଘଟଣାର ଅଧିକ ତଦନ୍ତ ଚଳାଇଛି । ବିଦ୍ୟାଧର ତାଙ୍କ ସାନ ପୁଅ ବୋହୂକୁ ହତ୍ୟା ଅଭିଯୋଗରେ ୩ ବର୍ଷ ୨ ମାସ ଜେଲ ଦଣ୍ଡ କାଟି ମେ ୨ ତାରିଖରେ ଜେଲରୁ ବାହାରି ଘରକୁ ଆସିଥିଲେ । ଜେଲ ରୁ ବାହାରି ଏବେ ପୁଣି ସ୍ତ୍ରୀର ଜୀବନ ନେଇଛି ।

ତେବେ ସ୍ୱାମୀ ବିଦ୍ୟାଧର କହିଛନ୍ତି ଯେ ମୋ ସ୍ତ୍ରୀ ୨୦ ଦିନ ହେଲା ଖାଦ୍ୟ ନ ଖାଇ ସବୁବେଳେ ନିଶା ଖାଉଥିଲା । ତାକୁ ମୁଁ ବିରୋଧ କରିବାରୁ ବଚସା ହୋଇଥିଲା । ପରେ ମୁଁ ପିଟିଥିଲି । ଯେଉଁଥିରେ ତାର ଜୀବନ ଗଲା । ତେବେ ପରିବାର ସଦସ୍ୟ ପୁଲିସ ପାଖରେ କହିଛନ୍ତି ଯେ ବିଦ୍ୟାଧର ପ୍ରତ୍ୟେକ ଦିନ ତାଙ୍କ ସ୍ତ୍ରୀ ନିଶା ଖାଇ ପିଟୁଥିଲା । ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟର ବିଷୟ ପାଲଟିଛି ।

ତେବେ ପୁଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ଏଭଳି ଅମାନୁଷିକ ଅପରାଧୀକୁ କଠୋର ରୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ସାଧାରଣରେ ଦାବି ହେଉଛି । ଘଟଣା ସ୍ଥଳରେ ବେତନଟୀ ଏସ.ଡି.ପି.ଓ, ମୋରଡ଼ା ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଥିବା ବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Leave A Reply

Your email address will not be published.