ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ୱାମୀର ଠେଙ୍ଗା ମାଡରେ ଚାଲିଗଲା ସ୍ତ୍ରୀର ଜୀବନ

ଔପଦା: ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ପଞ୍ଚାୟତ ଦୁର୍ଗାପୁର ଗ୍ରାମର ଘରୋଇ କଳହରୁ ସ୍ୱାମୀ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ବାମୀ ନାଥ ସିଂ(୫୫) ଓ ତାଙ୍କ ପତ୍ନୀ ବାସନ୍ତୀ ସିଂ(୫୦) ଗତ କାଲି ରାତ୍ରିରେ ଉଭୟ ନିଶାଶକ୍ତ ହୋଇ ଝଗଡା ଲାଗିଥିଲେ। ଏହି ଝଗଡା ଆସ୍ତେଆସ୍ତେ ଉଗ୍ର ରୂପ ନେଇଥିଲା । ସ୍ୱାମୀ ନାଥ ସିଂ ଠେଙ୍ଗାରେ ପିଟିପିଟି ତାର ସ୍ତ୍ରୀକୁ ମାରିଥିବାର ପୋଲିସ ସମ୍ମୁଖରେ ସ୍ୱୀକାର କରିଛି । ଘଟଣା ସ୍ଥଳରେ ଔପଦା ଥାନା ଆଇଆଇସି ବିଶ୍ୱଜ ରାଉତରାୟ ପହଞ୍ଚି ଏକ ମାମଲା ରୁଜୁ କରିବାସହ ଶବକୁ ଜବତକୁ କରିଥିଲେ । ପରେ ବ୍ୟବଚ୍ଛେଦ ପାଇଁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ଅଭିଯୁକ୍ତ ନାଥ ସିଂ କୁ ପୁଲିସ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଜଣାପଡ଼ିଛି।

Leave A Reply

Your email address will not be published.