ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହଜାରେ ଟଙ୍କାର ହିସାବ ଦେଇ ନ ପାରିବାରୁ ପତ୍ନୀଙ୍କୁ ହତ୍ୟା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ସଦର ଥାନା ରତନପୁର ଶୁଣ୍ଢିଢିପା ଗ୍ରାମର ଜଣେ ମହିଳା ଏକ ହଜାର ଟଙ୍କାର ହିସାବ ଦେଇ ନ ପାରିବାରୁ ତାଙ୍କ ସ୍ୱାମୀ ପିଟି ପିଟି ମାରି ଦେବା ଘଟଣାରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। କଳିନ୍ଦ୍ର ଛତ୍ରିଆ କାଲୋବାହାଲ ଗ୍ରାମର ପୁଷ୍ପାଞଳି ଛତ୍ରିଆଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କ ଏକ ତିନି ବର୍ଷ ବୟସର କନ୍ୟା ସନ୍ତାନ ରହିଛି। ଗାଡ଼ିଚାଳକ ଭାବେ କାମ କରୁଥିବା କଳିନ୍ଦ୍ର ବିଭିନ୍ନ ସମୟରେ ମାତାଲ ହୋଇ ଘରେ ଗଣ୍ଡଗୋଳ କରୁଥିଲେ। ଏଥିରେ ତାଙ୍କ ବାପା-ମାଆ ଅତିଷ୍ଠ ହୋଇ ଅନ୍ୟତ୍ର ରହୁଛନ୍ତି। କାଲି ରାତିରେ କଳିନ୍ଦ୍ର ଘରକୁ ଆସି ପତ୍ନୀଙ୍କୁ ଦେଇଥିବା ୨ ହଜାର ଟଙ୍କାର ହିସାବ ମାଗିଥିଲେ। ମାତ୍ର ପତ୍ନୀ ପୁଷ୍ପାଞଳି ଏକ ହଜାର ଟଙ୍କାର ହିସାବ ଦେଇଥିବା ବେଳେ ଆଉ ଏକ ହଜାର ଟଙ୍କାର ହିସାବ ଦେଇ ପାରି ନ ଥିଲେ।

ଏଥିରେ ସେ ଉତକ୍ଷିପ୍ତ ହୋଇ ତାଙ୍କ ପତ୍ନୀଙ୍କୁ ପ୍ରଥମେ ହାତ, ଗୋଇଠାରେ ନିସ୍ତୁକ ମାଡ ମାରିଥିଲେ। ଏଥିରେ ତାଙ୍କ ରାଗ ଶାନ୍ତ ନ ହେବାରୁ ଅତି ନିର୍ଦ୍ଦୟ ଭାବେ କାଠ ଫାଳିଆରେ ମଧ୍ୟ ମାଡ ମାରିଥିଲେ। ଏଥିରେ ଘଟଣାସ୍ଥଳରେ ପୁଷ୍ପାଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଷ୍ପାଞ୍ଜଳିଙ୍କ ମାଁ ଆଜି ସକାଳୁ ପହଞ୍ଚି ତୁରନ୍ତ ଥାନାରେ ଜଣାଇଥିଲେ। ଫଳରେ ଆଇଆଇସି ରମେଶ କୁମାର ମହାନା ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପୁଲିସ ସାଇନଟିଫିକ ଟିମ ବିଭିନ୍ନ ନମୁନା ସଂଗ୍ରହ କରିଥିବା ବେଳେ ସୁନ୍ଦରଗଡ଼ ସଦର ଏସଡିପିଓ ମଧୁସିକ୍ତା ମିଶ୍ର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। ମାଆ ସୁମନ ବାଗଙ୍କ ଏତଲାକ୍ରମେ ଏନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.