ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଝିଅକୁୁ ସୁସ୍ଥ କରିବାର ସ୍ୱପ୍ନ ଅଧାରେ ରହିଲା: ହୃଦଘାତରେ ଚାଲିଗଲେ ସ୍ବାମୀ, ଝିଅ କିଡନୀ ରୋଗରେ ପୀଡିତ

ସୋର: ପରିବାର ପ୍ରତିପୋଷଣ ପାଇଁ ସୂଦୁର କୋରାପୁଟକୁ ଯାଇ ଜଣେ ଯୁବକ ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଯୁବକଙ୍କ ଝିଅ କିଡନୀରେ ଆକ୍ରାନ୍ତଥିବାରୁ ଝିଅକୁୁ ସୁସ୍ଥ କରିବାର ସ୍ୱପ୍ନ ଅଧାରୁ ରହିଯାଇଛି । କାର୍ଯ୍ୟ କରୁଥିବା କମ୍ପାନୀ ଆର୍ଥିଥକ ସହଯୋଗ ଠାରୁ ଦୂରେଇ ଯିବାରୁ ବିଧବା ମହିଳା କିଡନୀ ରୋଗରେ ଆକ୍ରାନ୍ତ ଝିଅର ଚିକିତ୍ସା ଓ କିପରି ପରିବାର ଚଳାଇବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଧୁସୂଦନପୁର ପଞ୍ଚାୟତ କୃଷ୍ଣଦାସପୁର ଗ୍ରାମର ନାରାୟଣ ବାରିକଙ୍କ ପୁଅ ପଦ୍ମନ(୪୬) ପରିବାର ପ୍ରତିପୋଷଣ ପାଇଁ କୋରାପୁଟ ଜୟପୁର ଭରଡାପଟସ୍ଥ ଗୁରୁ ମହାରାଜ ଜିକନ ପ୍ରାଇଭେଟ ଲିମିଟେଡରେ ଏକାଉଟେଣ୍ଡେଣ୍ଟଭାବେ କାର୍ଯ୍ୟ କରୁଥିଲା । ଗତ ସୋମବାର ପଦ୍ମନ କମ୍ପାନୀ କାର୍ଯ୍ୟାଳୟରେ ସକାଳେ ଶୌଚ ଆସିବା ପରେ ଛାତିରେ ଯନ୍ତ୍ରଣା ହେଉଥିବାର ସହକର୍ମୀଙ୍କୁ କହିବାରୁ ସେମାନେ ଜୟପୁର ଡାକ୍ତରଖାନାକୁ ନେଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବାର ପରିବାର ଲୋକଙ୍କୁ କହିଥିଲ ।

ସେଠାରେ ପଦ୍ମନଙ୍କ ମର ଶରୀରକୁ ବ୍ୟବଚ୍ଛେଦ ନକରି ଘରକୁ ପଠାଇ ଦେଇଥିଲେ। କମ୍ପାନୀର ମାଲିକ ଘର ଭୁବନେଶ୍ୱରରେ ହୋଇଥିବା ବେଳେ ପଦ୍ମନର ମୃତ୍ୟୁ ପରେ ସେ ଭରଡପଟକୁ ଆସି ନ ଥିଲେ । ପଦ୍ମନର ଶବକୁ ଭଡା ଗାଡି କରି କୃଷ୍ଣଦାସପୁରକୁ ପଠାଇ ଦେଇଥିଲା କମ୍ପାନୀ କ୍ରିୟାକର୍ମ ପାଇଁ ୧୦ ହଜାର ଟଙ୍କା ଦେଇ କମ୍ପାନୀ ଆର୍ଥିକ ସହଯୋଗ କରିବାକୁ ମନା କରି ଦେଇଛି । ପଦ୍ମନର ମୃତ୍ୟୁ ପରେ ପରିବାରର ଏକ ମାତ୍ର ରୋଜଗାର ବନ୍ଦ ହୋଇଯାଇଛି । ପଦ୍ମନର ସ୍ତ୍ରୀ ରେବତୀ ବର୍ତ୍ତମାନ ୧୦ ବର୍ଷର କିଡନୀ ପୀଡିତ ବଡ ଝିଅ ବିଷ୍ଣୁପ୍ରିୟାକୁ କିପରି ଚିକିତ୍ସା କରିବ ଚିନ୍ତାରେ ପଡିଯାଇଛି । ଏପରି ଜିମି ବାଡି ସ୍ୱଳ୍ପ ଥିବା ରେବତୀ ବର୍ତ୍ତମାନ ପରିବାରକୁ କିପରି ଚଳାଇବ ସେନେଇ ମୁଣ୍ଡରେ ହାତ ଦେଇ ବସିଛି । ମୃତ ପଦ୍ମନ କାର୍ଯ୍ୟ କରୁଥିବା ଗୁରୁ ମହାରାଜ ଜିକନ ପ୍ରା: ଲିମିଟେଡର କତ୍ତୃପକ୍ଷଙ୍କୁ ଆର୍ଥିକ ସହଯୋଗ କରିବାକୁ ଆକୁଳ ନିବେଦନ କରିଛନ୍ତି ।

Leave A Reply

Your email address will not be published.