ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାରିବାରିକ ବିବାଦ ପାଇଁ ସ୍ତ୍ରୀ ର ତଣ୍ଟି କାଟିଦେଲା ସ୍ୱାମୀ

ଭଦ୍ରକ: ପାରିବାରିକ ବିବାଦ ପାଇଁ ସ୍ତ୍ରୀ ର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ । ଗୁରୁତର ଅବସ୍ଥାରେରେ ସ୍ତ୍ରୀକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅଧିନ ସାବରଙ୍ଗ ଥାନା ଅଞ୍ଚଳ ବଣିଆ ପଂଚାୟତ କାଞ୍ଚପଡା ଗାଁରେ ।

କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଦୀର୍ଘ ଦିନ ଧରି ନିଜ ପତ୍ନୀ ଗାୟତ୍ରୀ ଜେନାଙ୍କୁ ନିଶାଗ୍ରସ୍ତ ଅବସ୍ଥାରେ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିବା ସୂଚନା ମିଳିଛି । କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ଲାଗିରହିଥିଲା । ଏହି ଘଟଣାକୁ ନେଇ ଭୋର ସମୟ ରେ ଜଗବନ୍ଧୁ ସ୍ତ୍ରୀ ଗାୟତ୍ରୀଙ୍କୁ ଏକ ଧାରୁଆ ମାରଣାସ୍ତ୍ରରେ ତାଙ୍କ ବେକକୁ କାଟିଦେଇଥିବା ସୂଚନା ମିଳିଛି । ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ସାବରଙ୍ଗ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.