ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଦ୍ୟପ ସ୍ବାମୀର ଉନ୍ମତ୍ତକାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ଯା କଲା ସ୍ବାମୀ

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ରାମପୁର ଫାଣ୍ଡି ଅଞ୍ଚଳରେ ଘଟିିଛି ଅଭାବନୀୟ ଘଟଣା । ମଦ୍ଯପ ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ୍ଯୁ ଘଟିଛି । ମୃତକଙ୍କ ନାମ ପଙ୍କଜିନୀ ନାଏକ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ସ୍ୱାମୀ ରମେଶ ମଦ୍ୟପାନ କରି ଘରକୁ ଆସିଥିଲା । ସ୍ତ୍ରୀ ପଙ୍କଜିନୀଙ୍କୁ ଟଙ୍କା ମାଗିଥାଏ। କିନ୍ତୁ ସ୍ତ୍ରୀ ଟଙ୍କା ନଦେବାରୁ ଅଧିକାଂଶ ସମୟ ଝଗଡ଼ା ଲାଗୁଥିଲା । ସେହିପରି ବୁଧବାର ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟ ବଚସା ହୋଇଥିଲା । ଏଥିରେ ରମେଶ ରାଗିଯାଇ ଘରେ ପଡିଥିବା ଏକ ବାଡ଼ିରେ ପିଟି ପିଟି ହତ୍ୟା କରିଛି । ଖବର ପାଇ ପୁଲିସ ଘଚଣା ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.