ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପିଶାଚ ସ୍ବାମୀର ବର୍ବର କାଣ୍ଡ: ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ । ବାପଘର ଲୋକ ଗୁରୁତର ଅବସ୍ଥାରେ ସ୍ତ୍ରୀ ସୁକାନ୍ତିଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି, ରଞ୍ଜନ ସାହୁଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗିରହୁଥିଲା । ଗତକାଲି ଦୁଇ ଜଣଙ୍କ ଭିତରେ କଳହ ଉଗ୍ର ରୂପ ନେଇଥିଲା । ସ୍ବାମୀ ରଞ୍ଜନ ସୁକାନ୍ତିଙ୍କୁ ମାଡ଼ ମାରି ଘର ପଛପଟେ ଥିବା ଏକ ବାଡ଼ିରେ ଥିବା ଗାତରେ ପକାଇ ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Leave A Reply

Your email address will not be published.