ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ତ୍ରୀକୁ ଭୁଜାଲିରେ ହାଣିଲା ରକ୍ତମୁଖା ସ୍ବାମୀ

ପାଟଣାଗଡ଼ : ନିଜପତ୍ନୀକୁ ଅତି ନୃଶଂସ ଭାବେ ହାଣିଛି ରକ୍ତମୁଖା ସ୍ଵାମୀ । ପତ୍ନୀଙ୍କ ସହ କୈାଣସି କଥା ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ସ୍ଵାମୀ ଉକ୍ତତ୍ୟ ହୋଇ ସ୍ତ୍ରୀକୁ ଭୂଜାଲିରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅତି ସଂକଟାପନ୍ନ ରହିଥିବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ସୁଚନା ଅନୁସାରେ ପାଟଣାଗଡ଼ ଥାନା ବନାଇମୁଣ୍ଡା ଗ୍ରାମ ସ୍ଵର୍ଗତ ମେଘ ବରିହା ଙ୍କ ପୁଅ ଟିକେଶ୍ଵର ବରିହା (୨୮) ଖପ୍ରାଖୋଲ ଥାନା କେଛୋବାହାଲ ଗ୍ରାମର‌ ବ୍ରଜମୋହନ ବରିହାଙ୍କ ଝିଅ ଫଗୁଣି ବରିହା (୨୫)ଙ୍କୁ ଗତ ୨୦୧୪ ମସିହାରେ ସାମାଜିକ ରିତିନୀତି ଅନୁସାରେ ବିବାହ କରିଥିଲେ । ବିବାହ କିଛି ମାସ ଗଲା ପରେ ଟିକେଶ୍ଵର ଯୈାତୁକ ବାବଦକୁ ଗୋଟିଏ ପଲସର ମୋଟରସାଇକେଲ ଦାବି କରି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ଆହତ ମହିଳାଙ୍କ ଭାଇ କୁଲଦେବ ବରିହା ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ଶନିବାର ରାତିରେ ସ୍ଵାମୀ ସ୍ତ୍ରୀ ଦୂହେଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଟିକେଶ୍ଵର ଫଗୁଣୀଙ୍କୁ ମାଡ଼ ମାରିଥିବା ନେଇ ଫଗୁଣୀ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ବୋଲି ମହିଳାଙ୍କ ଭାଇ ଅଭିଯୋଗ କରିଛନ୍ତି । ଖବର ପାଇ ମହିଳା ଙ୍କ ନିଜ ଭାଇ କୁଳଦେବ ବଣାଇମୁଣ୍ଡା କୁ ଆସିଥିଲେ। କୁଳଦେବ ତାଙ୍କ ବଡ଼ ଭଉଣୀ ଫଗୁଣୀଙ୍କୁ ନିଜ ଗାଁ କେଛୋବାହାଲ ନେଇ ଯିବାକୁ କହିଥିଲେ ।

ଟିକେଶ୍ଵର ନିଜ ଶଳା କୁଳଦେବଙ୍କୁ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ କୁଳଦେବ ଦେହ ଉପରକୁ ଭୂଜାଲି ମାରିଥିଲେ କୁଳଦେବଙ୍କ ହାତ ବାଜିଥିଲା । ନିଜ ଭାଇଙ୍କୁ ହାଣିବାକୁ ଉଦ୍ୟମ କରୁଥିବା ଦେଖି ଫଗୁଣୀ ଛଡ଼ାଇବାରୁ ଟିକେଶ୍ଵର ଉକ୍ତତ୍ୟ ହୋଇ ଭୁଜାଲି ରେ ଫଗୁଣୀଙ୍କ ମୁଣ୍ଡ ଓ ହାତରେ ବାରମ୍ବାର ଚୋଟ ମାରି ସେ ଘଟଣା ସ୍ଥଳରୁ ଟିକେଶ୍ଵର ଫେରାର ହୋଇଯାଇଥିଲା। ଫୁଗୁଣୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ପରିବାର ବର୍ଗଙ୍କ ସହ ତାଙ୍କ ଭାଇ କୁଳଦେବ ପାଟଣାଗଡ଼ ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ଗୁରୁତର ଅବସ୍ଥାରେ ସ୍ତାନାନ୍ତରିତ କରାଯାଇ ଥିଲା। ସେଠାରେ ମହିଳାଙ୍କ ଅବସ୍ଥା ସାମାନ୍ୟ ଭଲ ଥିବା ବେଳେ ତାଙ୍କ ହାତକୁ ସର୍ଜରୀ କରିବାକୁ ପଡ଼ିବ ବୋଲି ପରିବାର ଲୋକଙ୍କ ଠାରୁ ଜଣାପଡିଛି । ଟିକେଶ୍ଵର ଙ୍କ ଦୁଇ ସନ୍ତାନ ପୁଅ ଲିପୁନ( ୬) ଓ ୩ ବର୍ଷ ର ଝିଅ ସରସ୍ଵତୀ ଅଛନ୍ତି । ଫଗୁଣୀଙ୍କ ଭାଇ କୁଳଦେବ ପାଟଣାଗଡ଼ ଥାନାରେ ଟିକେଶ୍ଵର ର ଏଭଳି ନୃଶଂସ କାଣ୍ଡ ବିରୋଧରେ ଏତଲା ଦେଇଛନ୍ତି। ପାଟଣାଗଡ଼ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

Leave A Reply

Your email address will not be published.