ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦ୍ବିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀ ସହ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ବାମୀ, ସ୍ତ୍ରୀ ରାଜି ନହେବାରୁ ଭାଇରାଲ୍‌ କଲା ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ

କଳାହାଣ୍ଡି : ପ୍ରଥମ ସ୍ତ୍ରୀ ର ଅଶ୍ଲିଳ ଫୋଟ ସୋସିଆଲ ମିଡ଼ିଆ ରେ ଭାଇରାଲ କରି ସ୍ବାମୀ ଗିରଫ। ଦ୍ବିତୀୟ ବିବାହ ପରେ ପ୍ରଥମ ସ୍ତ୍ରୀ ସଂପର୍କ ରଖିବାକୁ ନଦେବାରୁ ବଦନାମ କରିବାକୁ ସ୍ବାମୀ ରଚିଥିଲା ଯୋଜନା। କେସିଙ୍ଗା ଥାନା ରେ ମାମଲା ରୁଜୁ ପରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତ ସୋନପୁର ଜିଲ୍ଲା ତରଭା ଥାନା ସାଲେପାଲି ଗାଁ ର ନେପାଳ ସନ୍ୟାସୀ । ଯୁବତୀଙ୍କ ନାଁ ରେ ଫେକ ଏକାଉଣ୍ଟ୍ ଖୋଲି ଯୁବତୀ ର ଅନ୍ତରଗ ମୁହୁର୍ତ୍ତ ର ଫଟୋ ଭାଇରାଲ କରିଛି ଅଭିଯୁକ୍ତ ସ୍ବାମୀ। ଅଭିଯୁକ୍ତଙ୍କୁ ତା ନିଜ ଗାଁ ରୁ ଉଠାଇ ଆଣିଛି କଳାହାଣ୍ଡି ପୁଲିସ।

ସୂଚନାଅନୁସାରେ ସୋନପୁର ଜିଲ୍ଲା ତରଭା ଥାନା ସାଲେପାଲି ଗାଁର ଯୁବକ ନେପାଳ ସନ୍ୟାସ କେସିଙ୍ଗା ଥାନାଞ୍ଚଳର ଏକ ଗାଁକୁ ଯିବା ଆସିବା ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । କିଛିଦନର ପ୍ରେମ ପରେ ଏକ ମନ୍ଦିରରେ ଗୋପନ ବିବାହ କରିଥିଲା। କିଛିଦିନ ଉଭୟେ ସ୍ୱାମୀ ସ୍ତ୍ରୀ ଭଳି ରହିଲେ । ପ୍ରଥମ ସ୍ତ୍ରୀ ଥାଉ ଥାଉ ମାସେ ତଳେ ଦ୍ବିତୀୟ ବିବାହ କରିଥିଲେ । ଦ୍ବିତୀୟ ବିବାହ ପରେ ବି ପ୍ରଥମ ସ୍ତ୍ରୀକୁ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲେ । ମାତ୍ର ଏଥିରେ ପ୍ରଥମ ସ୍ତ୍ରୀ ରାଜି ହୋଇନଥିଲେ ।

ଏଥିରେ ରାଗିଯାଇ ନେପାଳ ସନ୍ୟାସୀ ପ୍ରଥମ ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ କରିଦେବେ ଧମକ ଦେଇଥିଲା । ଏହାପରେ ନେପାଳ  ଯୁବତୀଙ୍କ ନାମରେ ଏକ ମିଥ୍ୟା ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଅଶ୍ଳୀଳ ଫଟୋ ସବୁ ପୋଷ୍ଟ କରିଥିଲା । ଶେଷରେ ପ୍ରଥମ ସ୍ତ୍ରୀ ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ । ଗତକାଲି ସେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯୁବତୀଙ୍କ ଅଭିଯୋଗ ପାଇବା ପରେ ଗତକାଲି ବିଳମ୍ବିତ ରାତିରେ ଯୁବକର ଗାଁ ତରଭା ଥାନା ଅନ୍ତର୍ଗତ ସାଲେପାଲିରୁ ଅଭିଯୁକ୍ତ ସନ୍ନାସୀକୁ ଉଠାଇ ଆଣିଥିଲେ । ଆଜି ତାକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ କହିଛି ।

Leave A Reply

Your email address will not be published.