ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ଯ ହରାଇ ଧାନ ବିଲରେ ଓଲଟିଲା ଟ୍ରାକ୍ଟର, ସ୍ବାମୀ-ସ୍ତ୍ରୀ ମୃତ

ରାଉରକେଲା: ଭାରସାମ୍ଯ ହରାଇ ଧାନ ବିଲରେ ଟ୍ରାକ୍ଟରଟି ଓଲଟିପଡ଼ିବାରୁ ଘଟଣାସ୍ଥଳରେ ଚାଷୀ ଦମ୍ପତି ମୃତ୍ୟୁବରଣ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଖଇରଖମନ ଗାଁରେ । ସୂଚନା ଅନୁସାରେ, ଧାନ ଆଣିବା ପାଇଁ ଚାଷୀ ଦମ୍ପତି ବିଲକୁ ଟ୍ରାକ୍ଟର ନେଇ ଯାଇଥିଲେ । ମାତ୍ର ଟ୍ରାକ୍ଟରରୁ ଓହ୍ଲାଇବା ବେଳେ ଦୁର୍ଭାଗ୍ୟବଶତଃ ଟ୍ରାକ୍ଟରଟି ଭାରସାମ୍ଯ ହରାଇ ଓଲଟି ପଡ଼ିଥିଲା । ଫଳରେ ଧାନ ବିଲରେ ହିଁ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ, ସ୍ତ୍ରୀ । ସୂଚନା ପାଇ ସୁନ୍ଦରଗଡ଼ ସଦର ଥାନା ପୋଲିସ ପହଞ୍ଚିବା ସହ ତଦନ୍ତ କରୁଛି । ମୃତ ଦମ୍ପତିଙ୍କ ନାମ ପିରୋ ଭୋଇ ଓ କୁନ୍ତି ଭୋଇ ବୋଲି ଜଣାପଡିଛି ।

Leave A Reply

Your email address will not be published.