ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମିସକଲରୁ ପ୍ରେମ, ପ୍ରେମରୁ ବିବାହ: ଶେଷରେ ସ୍ତ୍ରୀର ତଣ୍ଟି କାଟି ଅଭିଯୁକ୍ତ ସ୍ୱାମୀ ଫେରାର

ବେତନଟୀ: ବେତନଟୀ ଥାନା ଅଧୀନ ଦହିକୋଟି ଉପକଣ୍ଠ ଭ୍ରମରଗୋଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ବେଳେ ସ୍ତ୍ରୀର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି । ଅଭିଯୁକ୍ତ ସ୍ୱାମୀ ଜଣକ ହେଉଚି ବାଲେଶ୍ୱର ଜିଲ୍ଲା ବାହାବଳପୁର ଥାନା ଅଧୀନ ମାଣିକପୁର ଗ୍ରାମର ମିଟୁ ରାୟ ।

ସୂଚନା ମୁତାବକ ପ୍ରାୟ ବର୍ଷକ ପୂର୍ବରୁ ମିସକଲରୁ ମିଟୁ ଏବଂ ମାମିନା ମହାନ୍ତ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢି ଉଠିଥିବା ବେଳେ ପରବର୍ତ୍ତୀ ସମୟରେ ସେମାନେ ବିବାହ କରିଥିଲେ । ତେବେ ସ୍ୱାମୀ ମିଟୁ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ଆସି ମାରପିଟ କରୁଥିଲା । ତେବେ ଭ୍ରମରଗୋଳାଗ୍ରାମକୁ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥିବା ବେଳେ ପୂର୍ବଭଳି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ମିଟୁ କେଉଁ ଆଡେ ପଳାଇଯାଇଥିଲା । ତେବେ ବିଳମ୍ବିତ ରାତିରେ ମିଟୁ ଫେରି ସ୍ତ୍ରୀ ମାମିନାର ବେକକୁ ଏକ ବ୍ଲେଡ ସାହାଯ୍ୟରେ କାଟି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲା । ମାମିନାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ମାମିନାଙ୍କ ଏତଲାମୂଳେ ବେତନଟୀ ଥାନାରେ ୧୨୪ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ।

Leave A Reply

Your email address will not be published.