ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗଜପତି ଜିଲ୍ଲାରେ ଭାଙ୍ଗିଲା ବିଜେପି ଦୁର୍ଗ: ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ କର୍ମୀ

ଗଜପତି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ଦୃଢ ହେଉଛି ବିଜେଡି । ଗଜପତି ଜିଲ୍ଲାରେ ବିଜେପିର ଦୁର୍ଗ ଭାଙ୍ଗିଛି । ଜିଲ୍ଲାରେ ଆଜି ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହେଉଛି । ବିଜେପି ଛାଡି ବିଜେଡି ସରକାରଙ୍କ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି । ବିଜେପିର ପୂର୍ବତନ ଜିଲ୍ଲା ସଭାପତି ଭି. ରାବଣା ଓ ବହୁ ମଣ୍ଡଳ ସଭାପତି ବିଜେଡିରେ ସାମିଲ ହେଉଛନ୍ତି । ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହେଉଛନ୍ତି । ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲା ନିର୍ବାଚନ ଦାୟିତ୍ୱରେ ଥିବା ତିରୁପତି ପାଣିଗ୍ରାହୀ ଓ ବହୁ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଛି ।

Leave A Reply

Your email address will not be published.