ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଠଗଡ଼ ଭିରୁଡ଼ାରେ ଫ୍ଲାଇଂ ସ୍କ୍ୱାର୍ଡ ଓ ଅବକାରୀ ଟିମର ମିଳିତ ଚଢ଼ାଉ, ଶହ ଶହ ଲିଟର ଦେଶୀ ମଦ ଓ ପୋଚ ଜବତ

ଆଠଗଡ: କଟକ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗାଁରେ ଅବକାରୀ ବିଭାଗର ଚଢାଉ । ଚଢାଉ ପରେ ଗାଁର ଏକ ଦୁଇ ମହଲା ଘରୁ ଜବତ ହୋଇଛି ଶହ ଶହ ଲିଟର ଦେଶୀ ମଦ ଓ ପୋଚ । ସମସ୍ତ ମଦକୁ ଘର ବାହାରେ ଫିଙ୍ଗି ନଷ୍ଟ କରିଛି ଅବକାରୀ ବିଭାଗ ।

ଭିରୁଡା ଗାଁର ସମ୍ପୃକ୍ତ ଘରେ ତାଲା ପଡିଥିବା ଦେଖି ସନ୍ଦେହ କରିଥିଲା ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ୱାର୍ଡ । ଏହାପରେ ଚଢାଉ କରିଥିଲା ଅବକାରୀ ଟିମ୍ । ଶନିବାର ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶରେ ସେଣ୍ଟ୍ରାଲ ଅବକାରୀ ସ୍କ୍ୱାର୍ଡ, ଆଠଗଡ ଅବକାରୀ ବିଭାଗ, ନରସିଂହପୁର ଅବକାରୀ ବିଭାଗ ଓ ତିଗିରିଆ ପୋଲିସର ମିଳିତ ସହଯୋଗରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ଅବକାରୀ ବିଭାଗ ପକ୍ଷରୁ ଶହଶହ ଲିଟର ଗୁଡ ପୋଚ ଓ ଦେଶୀ ମଦ ଜବତ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଅସବାପତ୍ରକୁ ଘଟଣା ସ୍ଥଳରେ ନଷ୍ଟ କରିଦିଆଯାଇଥିଲା । ଚଢାଉ ସମୟରେ କୌଣସି ମଦ ମାଫିଆ ଗିରଫ ହୋଇନଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗ ଅଧିକ୍ଷକ l

Leave A Reply

Your email address will not be published.