ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏସସିବିରେ ବଢ଼ିବ ଶହେ କୋଭିଡ୍ ଆଇସିୟୁ , ସିଏମସି କମିଶନର ଅନନ୍ୟା ଦାସ

କଟକ ସହରର କୋଭିଡ୍ ସ୍ଥିତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । କଟକ ମହାନଗର ନିଗମ ଅଞ୍ଚଳରେ ଏବେ ୩, ୬୮୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ପ୍ରାୟ ୮୫ ପ୍ରତିଶତ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି । ହୋମ୍ ଆଇସୋଲେସନରେ ରହୁଥିବା ଆକ୍ରାନ୍ତଙ୍କ ପାଇଁ ଆରଏଟି ରହିଛି । ଆରଏଟି ଆକ୍ରାନ୍ତଙ୍କ ସହ ଯୋଗାଯୋଗରେ ରହୁଛି । ଆବଶ୍ୟକତା ଅନୁସାରେ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଛି ।

କୋଭିଡ୍ କେୟାର୍ ସେଣ୍ଟରରେ ୪୦ରୁ ୪୫ ପ୍ରତିଶତ ଆକ୍ରାନ୍ତ ରହୁଛନ୍ତି । ସିସିସିର ଅକ୍ସିଜେନ୍ ସୁବିଧା ଅଛି । କିଛି ଅସୁବିଧା ହେଲେ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି । ପ୍ରାୟ ୧୦ ପ୍ରତିଶତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍ ନିଆଯାଉଥିବା ବେଳେ ୩ ପ୍ରତିଶତ ଆକ୍ରାନ୍ତଙ୍କୁ ଆଇସିୟୁ ଆବଶ୍ୟକ ହେଉଛି । ଏବେ କଟକରେ ୧୨ ଶହ ବେଡ୍ ଅଛି । ୩ ଶହଟି ଆଇସିୟୁ ରହିଛି ।

 

Leave A Reply

Your email address will not be published.