ବିଜେଡିରେ ମିଶିଲେ ବାଙ୍ଗିରିପୋଷି ଓ ସାମାଖୁଣ୍ଟା ବ୍ଲକର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ବାଙ୍ଗିରିପୋଷି : ପଞ୍ଝାୟତ ନିର୍ବାଚନ ମୁଣ୍ଡ ଉପରେ । ପ୍ରମୁଖ ରାଜନୈତିକ ଦଳ ପଞ୍ଝାୟତ ନିର୍ବାଚନ ଯୁଦ୍ଧ ପାଇଁ ସମରକ୍ଷେତ୍ର ନିରିକ୍ଷଣ କରୁଛନ୍ତି । ବିଜେଡି ପ୍ରତ୍ୟକ୍ଷ ନିର୍ବାଚନ ଯୁଦ୍ଧ ଲଢିବା ପୂର୍ବରୁ ମାୟା ଜାଲରେ ବିଜେପିକୁ ଛନ୍ଦିବାକୁ ଚେଷ୍ଠା କରୁଛି । ବିଜେପିକୁ ପଞ୍ଝାୟତ ନିର୍ବାଚନ ପୂର୍ବରୁ ପରାହତ କରିବାକୁ ବିଜେଡି ବିଶେଷ ରଣନୀତି ପ୍ରସ୍ତୁତ କରିଛି । ବିଜେଡି ପ୍ରତି ଜନସମର୍ଥନ ବୃଦ୍ଧି ପାଉଛି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ନେତା ଦଳ ଛାଡୁଛନ୍ତି । ଏଭଳି ରାଜନୈତିକ ବାତାବରଣ ସୃଷ୍ଟି କରିବାକୁ ବିଜେଡି ବାଙ୍ଗିରିପୋଷିରେ ସଫଳ ହୋଇଛି ।

୨୦୧୭ ମସିହା ପଞ୍ଝାୟତ ନିର୍ବାଚନରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ୬ ଟି ଜିଲ୍ଲା ପରିଷଦ ସଭ୍ୟ ପଦ ବିଜେପି ହାତକୁ ଚାଲି ଯାଇଥିଲା । ଆସନ୍ତା ପଞ୍ଝାୟତ ନିର୍ବାଚନରେ ବିଜେପିକୁ ମାନସିକସ୍ତରରେ ଦୃବଳ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ନିଜ ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃର୍ଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ମନ୍ତ୍ରୀ ଶ୍ରୀ ମାର୍ଣ୍ଡିଙ୍କ ନେତୃତ୍ୱରେ ସୋମବାର ଦିନ ରାଜ୍ୟ ବିଜେଡି ସାଙ୍ଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ବାଙ୍ଗିରିପୋଷି ଅଞ୍ଝଳର କମଳାକାନ୍ତ ବାରିକଙ୍କ ସହ ବହୁ ବିଜେପି କର୍ମୀ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି,ଆଦର୍ଶ ଓ ବିଚାରାଧାରା ପ୍ରତି ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ବାଙ୍ଗିରିପୋଷିରୁ ବିଜେପିର ବହୁ ଆଗ ଧାଡିର କର୍ମୀ ମାନଙ୍କୁ ନେବାରେ ବିଜେଡି ସଫଳ ହୋଇଛି ।

ଅନ୍ୟପଟେ ସାମାଖୁଣ୍ଟା ବ୍ଲକର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ , ପୂର୍ବତନ ସରପଞ୍ଚଙ୍କ ସହ କର୍ମକର୍ତ୍ତା ବିଜେଡ଼ିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଗାଁ ଗଣ୍ଡାରେ ପଞ୍ଝାୟତ ନିର୍ବାଚନ ପାଇଁ ବିଜେପି କର୍ମୀ ଅଣ୍ଟା ଭିଡୁଥିବା ବେଳେ ନେତାଙ୍କ ଛତ୍ର ଭଙ୍ଗ ଦୃଶ୍ୟ ବିଜେପି ବାହୀନୀକୁ ପରାୟତ କରିବାକୁ ବାଧ୍ୟ କରିବ ।

Leave a comment