ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୁଚା ଛପାରେ ଚାଲିଛି ବିଦେଶାଗତ ପକ୍ଷୀଙ୍କ ଅବାଧ ଶିକାର, ରାସ୍ତା କଡରେ ପଡ଼ିରହିଛି ଶହ ଶହ ପଚାଷଢା ପକ୍ଷୀଙ୍କ ମୃତଦେହ

ଟାଂଗୀ: ବଣ୍ୟପ୍ରାଣୀ ବିଭାଗ ଟାଂଗୀ ରେଞ୍ଜ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ଲୁଚା ଛପାରେ ଚାଲିଛି ଅବାଧରେ ବିଦେଶାଗତ ପକ୍ଷୀ ଶିକାର। ବଣ୍ୟପ୍ରାଣୀ ବିଭାଗ ଲୋକ ଦେଖାଣିଆ ଭାବେ ଚଢାଉ କରୁଥିବା ବେଳେ ଖସି ଯାଉଛନ୍ତି ଡନ ମାଫିଆ। ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଏହି ରେଞ୍ଜ ଅଧିନସ୍ଥ ଜାତୀୟ ରାଜପଥ ପାର୍ଶ୍ବ ରତାମାଟି ନିକଟରେ। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଟାଟା ଏସିରେ ଶତାଧିକ ମୃତ ବିଦେଶାଗତ ପକ୍ଷୀ ଗୁଡିକୁ ଫୋପାଡି ଦିଆଯାଇଥିବା ଦେଖିବାକୁ ମିଳିବା ପରେ ଏ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଏତେ ସଂଖ୍ୟକ ମୃତ ବିଦେଶାଗତ ପକ୍ଷୀ କାହିଁକି କିପରି କେଉଁଠୁ ଆସିଲା ଏହା କୁ ନେଇ ଚାରିଆଡେ ଚର୍ଚା।

ସୂଚନାଯୋଗ୍ୟ ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବାପାଇଁ ଶୀତ ଦିନ ଆସିଲେ ଇରାନ, ଇରାକ, କାଜାକିସ୍ଥାନ, ସାଇବେରିଆ, ବୁଲଗେରିଆ ଭଳି ବିଭିନ୍ନ ବୈଦେଶିକ ରାଷ୍ଟ୍ର ରୁ ଲକ୍ଷାଧିକ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଟାଂଗୀ ଓ ବାଲୁଗାଁ ବଣ୍ୟପ୍ରାଣୀ ରେଞ୍ଜ ଅଧିନସ୍ଥ ପକ୍ଷୀ ଅଭୟାରଣ୍ୟ ମଙ୍ଗଳାଯୋଡି, ନଳବଣ ତଥା ଚିଲିକାର ଅବବାହିକାରେ ଥିବା ଅଞ୍ଚଳକୁ ପଳାଇ ଆସନ୍ତି । ଏମାନଙ୍କର ସୁରକ୍ଷା ତଥା ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରନ୍ତି କିନ୍ତୁ ସୁରକ୍ଷା ପରିବର୍ତେ ଲୋକଦେଖାଣିଆ ଭାବେ କିଛି କାର୍ଯ୍ୟକ୍ରମ କରି ବିଭାଗୀୟ କାର୍ଯ୍ୟାଳୟ ର କର୍ମଚାରିମାନଙ୍କ ଦ୍ବାରା ଅର୍ଥ ହରିଲୁଟ କରି ଦିଆଯାଇଥାଏ।

Leave A Reply

Your email address will not be published.