ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମାଙ୍କଡ ନୁହେଁ ମାଛ ଆମର ଅସଲି ପୂର୍ବଜ, ମଣିଷକୁ ମାଢି ଓ ଦାନ୍ତ ମାଛଠୁ ମିଳିଛି !

ନୂଆଦିଲ୍ଲୀ: ଆମେ ଆମର ପ୍ରକୃତ ପିତୃପୁରୁଷ ମାଙ୍କଡ ମାନଙ୍କୁ ହିଁ ମାନିଥାଉ । ଏହାରି ଭିତରେ ଏପରି ଏକ ରୋଚକ ଖବର ସାମ୍ନାକୁ ଆସିଛି । ଯାହା ଆଶ୍ଚାର୍ଯ୍ଯ କଲାଭଳି। ଆମର ପ୍ରକୃତ ପିତୃପୁରୁଷ ମାଙ୍କଡ ନୁହେଁ  ବରଂ ମାଛ । ମଣିଷମାନେ ମାଛଠାରୁ ଦାନ୍ତ ଓ ମାଢି ପାଇଥିବା ଦାବି ହେଉଛି।  ୪୦ କେଟି ବର୍ଷ ପୁରୁଣା ଜୀବାଶ୍ମକୁ ନେଇ ଏହି ଦାବି କରାଯାଉଛି।

ସମୁଦ୍ର ଜୀବଙ୍କ ବିଷୟରେ ଆଲୋଚନ କଲେ ପ୍ରଥମେ ସାର୍କ ଭଲି ବଡବଡ଼ ମାଛମାନଙ୍କର ଦାନ୍ତ ଓ ମାଢି ଆମ ମନଙ୍କୁ ଆସିଥାଏ। ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ, ମାଛରେ ଥିବା ମାଢି ଲକ୍ଷଲକ୍ଷ ବର୍ଷ ପୂର୍ବରୁ। ଏହା ସହିତ ଜୀବଜନ୍ତୁ ମାନଙ୍କରେ ମାଢିର ବିକାଶ ମଧ୍ୟ ଏଠାରୁ ଆରମ୍ଭ ହୋଇଥିଲା।

୫ ପ୍ରଜାତିର ମାଛର ଜୀବାଶ୍ମ ମିଳିଛି

ନିକଟରେ ଦକ୍ଷିଣ ଚାଇନାରେ ମାଢିର ବିବର୍ତ୍ତନର ପ୍ରମାଣ ମିଳିଛି। ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସ, କ୍ୱିଜିଂ ନର୍ମାଲ୍ ବିଶ୍ବ ବିଦ୍ୟାଳୟ ଏବଂ ବର୍ମିଂହାମ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନ ତଥ୍ୟ ଏକ ନେଚର ନାମକ ପତ୍ରିକାରେ ପ୍ରକାଶିତ ହୋଇଛି।  ବୈଜ୍ଞାନିକମାନେ ପାଞ୍ଚ ପ୍ରଜାତିର ମାଛର ଜୀବାଶ୍ମ ଆବିଷ୍କାର କରିଛନ୍ତି। ଦୁଇଟି ମାଛର ଜୀବାଶ୍ମ ୪୩.୬ କୋଟି ବର୍ଷ ପୁରୁଣା ହୋଇଥିବା ବେଳେ ଆଉ ତିନୋଟିର ଜୀବାଶ୍ମ ୪୩.୬ କୋଟି ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ , ଏହି ମାଛମାନଙ୍କର ମଣିଷ ପରି ମେରୁଦଣ୍ଡ, ମାଢି ଏବଂ ଦାନ୍ତ ମଧ୍ୟ ରହିଛି। ଏହି ସବୁ ଜିନିଷର ବିବର୍ତ୍ତନ ସମୁଦ୍ରରେ ହିଁ ୪୧.୯ କୋଟି ବର୍ଷରୁ ୪୪.୩ କୋଟି ବର୍ଷ ମଧ୍ୟରେ ଘଟିଥିଲା ​। ଏହାକୁ ସିଲୁରିଆନ୍ ପିରିୟଡ୍ ମଧ୍ୟ କୁହାଯାଏ ।

ଜୀବାଶ୍ମ ବିଷୟରେ 

ଅଧିକ ପଢନ୍ତୁ

-ଅନୁସନ୍ଧାନକାରୀମାନେ ଜିଉଶାନୋଷ୍ଟେିୟମ ମିରାବିଲିସ୍ ନାମକ ଏକ ମାଛର ଜୀବାଶ୍ମ ପାଇଛନ୍ତି। ସେମାନଙ୍କର ସଂଖ୍ୟା ୨୦ ଏବଂ ଗୋଟିଏ ମାଛର ଲମ୍ବ ୧.୨ ଇଞ୍ଚ  ରହିଛ। ମାଢିଥିବା ଏହା ସର୍ବ ପୁରାତନ ମାଛ ।

– ଶେନକୈଥସ ବର୍ମିର୍ଫାମିସ ନାମକ ଏହି ପ୍ରଜାତିର ମାଛ ଏକ ସାର୍କ ପରି ଥିଲା । ଏହି ମାଛକୁ ସାର୍କର ପୂର୍ବଜ ବୋଲି ବିବେଚନା କରାଯାଉଛି। ଏହାର ଲମ୍ବା ୧ ଇଞ୍ଚ ବୋଲି ଜଣାପଡ଼ିଛି।

-ଫୈଞ୍ଜିଙ୍ଗଶାନିଆ ରେନୋବେଟ ନାମକ  ମାଛରେ ଏକ ମେରୁଦଣ୍ଡ ମିଳିଛି। ଏହାର ମାଢିର ଜୀବାଶ୍ମ  ପରବର୍ତ୍ତୀ ଅନୁସନ୍ଧାନରେ ବ୍ୟବହାର କରିବେ।

– ଗୋଟିଏ ମାଛ କିୟାନୋଡସ୍ ଡୁପ୍ଲିସିସ୍ ପ୍ରଜାତିର ଅଟେ ।ଏହାର ଦାନ୍ତ ଦୁନିଆରେ ମିଳୁଥିବା ସମସ୍ତ ମାଛ ମଧ୍ୟରୁ ସର୍ବ ପୁରାତନ ଅଟେ।

– ବୈଜ୍ଞାନିକମାନେ ତୁଜିୟାସ୍ପିସ୍ ଭିଭିଡସ୍ ନାମକ ଏକ ମାଛ ପାଇଛନ୍ତି। ଯାହାର କୌଣସି ମାଢି ନାହିଁ। ଏହା ସମସ୍ତ ମଧ୍ଯରୁ ଭିନ୍ନ ରହିଛି। ଏହାର ଡେଣା ଖପୁରୀରୁ ବାହାରି ଆସୁଛି ।

ବୈଜ୍ଞାନିକମାନେ ବିଶ୍ବାସ କରନ୍ତି ଯେ, ପ୍ରଥମ ଥର ପାଇଁ ୫୨ କୋଟ ବର୍ଷ ପୂର୍ବେ ବିଶ୍ୱରେ କୌଣସି ମାଛ ଦେଖା ଦେଇଥିଲା। ଆରମ୍ଭରେ, ସେମାନଙ୍କର ମାଢି କିମ୍ବା ଦାନ୍ତ ନ ଥିଲା ।  କିନ୍ତୁ ବିବର୍ତ୍ତନ ସହିତ ସେମାନଙ୍କର ଶରୀର ପରିବର୍ତ୍ତନ ହେବାକୁ ଲାଗିଲା । ମାଛମନଙ୍କ ପୂର୍ବରୁ ବିଛା ସମୁଦ୍ରରେ ବାସ କରୁଥିବା ସବୁଠାରୁ ବିପଦପୂର୍ଣ୍ଣ ସମୁଦ୍ର ପ୍ରାଣୀ ଥିଲା । ପରେ ଏହି ମାଛର ମାଢି ଏବଂ ଦାନ୍ତ ଆସିଥିଲା ଯାହା ସାହାଯ୍ୟରେ ସେମାନେ ସମୁଦ୍ରକୁ କାବୁ କରିଥିଲେ। ଜଳରୁ ଧରତିକୁ ଆସିବା ପରେ ସେମାନେ ପକ୍ଷୀ, ସରୀସୃପ, ସ୍ତନ୍ୟପାୟୀ ପ୍ରାଣୀ ଏବଂ ମଣିଷରେ ପରିଣତ ହୋଇଥିଲେ ବୋଲି ଦାବି ହେଉଛି।

Leave A Reply

Your email address will not be published.