ମନୋମାଳିନ୍ୟର ଅନ୍ତ: ଏକାଠି ରହିବେ ହ୍ୟୁମାନ ସାଗର ଓ ଶ୍ରୀୟା

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର- ଶ୍ରୀୟା ପାରିବାରିକ ବିବାଦର ସମାଧାନ ଓ ଆପୋସ ବୁଝାମଣା ହୋଇଛି। ଏଣିକି ସେମାନେ ଏକାଠି ରହିବେ ବୋଲି ହ୍ୟୁମାନଙ୍କ ମାଆ କହିଛନ୍ତି। କଟକ ମହିଳା ଥାନାରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଆପୋଷ ଆଲୋଚନାରେ ବିବାଦ ସମାଧାନ ହୋଇଛି। ଏକ ମାସ ମଧ୍ୟରେ ଉଭୟ ଦେଖାକରିବେ, ସମ୍ପର୍କକୁ ଉତ୍ତମ କରିବେ । ପରିବାର ସହିତ ଆଲୋଚନା କରି ଶ୍ରୀୟା ଶାଶୁ ଘର ଫେରିବେ। ଉଭୟ ଗଣମାଧ୍ୟମକୁ ଏହି ସୂଚନା ଦେବା ସହିତ ବୁଝାମଣାରେ ସହଯୋଗ କରିଥିବା ଏସିପି ଅମିତାଭ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।