ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆମ୍ବ ତୋଟାରୁ ମିଳିଲା ମଣିଷ ମୃତଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗି ଆମ୍ବ ତୋଟାରେ ମାଟି ଭିତରୁ ଏକ ମଣିଷ ହାତ ଦେଖିବାକୁ ମିଳିଛି। ଗତକାଲି ଏହି ଘଟଣା ଜଣାପଡିବା ପରେ ପୁଲିସ ଟିମ ପହଞ୍ଚି ଚାରିପଟ ଦୌଡି ଟାଣି ସିଲ କରିଥିଲା। ଗୁରୁବାର ପୂର୍ବାହ୍ନରେ ତହସିଲଦାର ଇପସିତ ସାହୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ସହ ଅନୁସନ୍ଧାନ ଆରମ୍ଭ କରିଛନ୍ତି। ସ୍ଥାନୀୟଲୋକଙ୍କ ସହାୟତାରେ ମାଟି ଖୋଲା ଚାଲିଛି। ମୁଣ୍ଡ ମାଟି ଉପରକୁ ବାହାରିଛି। ତେବେ ପୁଅକି ଝିଅ ଜଣାପଡି ନ ଥିବା ବେଳେ, ଲୁଣ, ଦାନାଦାର ଓ କେମିକାଲ ପକାଇ ମୃତଦେହ ହତ୍ଯା କରାଯାଇଥିବା ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଘଟଣା ସ୍ଥଳରେ ସଦର ଏସଡିପିଓ ଦିଲ୍ଲୀପ ଦାସ, ଟାଉନ ଅଧିକାରୀ ତାରିକ ଅହମ୍ମଦଙ୍କ ସମେତ ପୁଲିସ ମୁତୟନ ଅଛନ୍ତି।

Leave A Reply

Your email address will not be published.