ବିପୁଳ ପରିମାଣର ଚନ୍ଦନ କାଠ ଜବତ ; ୪ ତସ୍କର ଗିରଫ

ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି, ଜଙ୍ଗଲ ମାନଙ୍କ ରେ ଥିବା ପ୍ରାୟ ଚନ୍ଦନ ଗଛ କାଟି ସଫା କରୁଥିବାବେଳେ ବିଭିନ୍ନ ସରକାରୀ, ବେସରକାରୀ ବାସ ଭବନ ତଥା ଅନୁଷ୍ଠାନ ମାନଙ୍କରେ ଲଗା ଯାଇଥିବା ଚନ୍ଦନ ଗଛ କାଟି ତାକୁ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି, ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା କ,ନୁଆ ଗାଁ ବ୍ଲକ ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତର ଡକମ୍ବା ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଚନ୍ଦନ ତସ୍କର ଗଛକୁ କାଟି ନେଇ ଜିବାକୁ ବସିଥିବା ବେଳେ ଗ୍ରାମ ବାସୀ ତାଙ୍କୁ କାବୁ କରିନେଇଥିଲେ, ଏ ସମ୍ପର୍କରେ ସ୍ଥାନୀୟ ଗ୍ରାମ ରକ୍ଷୀ ସାରଙ୍ଗଡ ଥାନା କୁ ଜଣାଇଥିଲେ , ଖବର ପାଇ ସାରଙ୍ଗଡ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ , ଅତିରିକ୍ତ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଗୈଡ, ଏଏସଆଇ ଜି ଗଣପତି ରେଡ଼ି,କେଶବ ଭଦ୍ରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି କଟା ହୋଇଥିବା ଚନ୍ଦନ କାଠ ଓ ବ୍ୟବହୃତ ଗୋଟିଏ ବାଇକ୍ ଜବତ କରିଛି, ଏଥିରେ ସପ୍ରୃକ୍ତ ଥିବା ରାଇକିଆ ଥାନା ସିସାପାଙ୍ଗା ଗ୍ରାମ ର ଅଭୟ ଦିଗାଲ (୨୧) ଜଗନ ପ୍ରଧାନ ( ୨୨)ଓ ଲାମ୍ବୁଙ୍ଗିଆ ଗ୍ରାମ ର ନାରାୟଣ ପ୍ରଧାନ ( ୩୭)ଆଦିତ୍ୟ ନାଏକ ବୋଲି ପୁଲିସ କହିଛି, ପୁର୍ବ ରୁ ଏହି ତସ୍କର ମାନେ ତପବନ ଆଶ୍ରମ ଏବଂ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚୋରି କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି,କଟା ହୋଇଥିବା ଚନ୍ଦନ କାଠ ର ଆନୁମାନିକ ମୁଲ୍ୟ ୫୦,୦୦୦ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି,ଏ ସଂକ୍ରାନ୍ତରେ ସାରଙ୍ଗଡ ଥାନା ରେ ଆଇପିସି ଧାରା ୩୭୯,୩୪, ଅନୁସାରେ ୨୪/୨୨ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁଚନା ଦେଇଛନ୍ତି। ସୁଧାଂଶୁ କୁମାର କହଁର ଫିରିଙ୍ଗିଆ

Leave a comment