ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : ପୁଣି କଂସ ଭୂମିକାରେ ନଜର ଆସିବେ ହୃଷୀକେଶ ଭୋଇ

ବରଗଡ: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ରୂପେ ପରିଚିତ ବରଗଡ଼ ଧନୁଯାତ୍ରାରେ ଚଳିତ ବର୍ଷ ହୃଷୀକେଶ ଭୋଇ ମହାରାଜା କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ମହୋତ୍ସବ ପାଇଁ ତିନି ଦିନ ଧରି ଚାଲିଥିବା କଳାକାର ଚୟନ ପ୍ରକ୍ରିୟାର ଆଜି ଅନ୍ତିମ ଦିବସରେ କଂସ ଭୂମିକା ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଆବେଦନ କରିଥିବା ୫୬ ଜଣ କଳାକାରଙ୍କ ମଧ୍ୟରୁ ୪୨ ଜଣ ଉପସ୍ଥିତ ରହି ଅଭିନୟ କଳାଚାତୁରୀ ଦେଖାଇଥିଲେ। ତନ୍ମଧ୍ୟରୁ ୫ ଜଣ ଶେଷ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ହୃଷୀକେଶ ଭୋଇଙ୍କୁ ବିଚାରକ ମଣ୍ଡଳୀ ଏହି ଭୂମିକା ପାଇଁ ମନୋନୀତ କରିଥିବା କଳାକାର ଚୟନ କମିଟି ଅଧ୍ୟକ୍ଷ ତଥା ବରଗଡ଼ ଏଡିଏମ୍‌ ମିର୍ଦ୍ଧା ଟପ୍ପୋ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ହୃଷୀକେଶ ପୂର୍ବରୁ ୯ ବର୍ଷ କଂସ ଭୂମିକାରେ ଅଭିନୟ କରିଛନ୍ତି। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଗୁରୁବାର ମହାରାଜ କଂସ ଭୂମିକା ପାଇଁ କଳାକାର ଚୟନ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଡିସେମ୍ବର ୨୭ରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ।

ଅମ୍ବାଭୋନା ବ୍ଲକ୍‌ ଚିଚୋଲି ଗାଁର ମୂଳ ନିବାସୀ ହୃଷୀକେଶ ପେଶାରେ ହେଉଛନ୍ତି ସ୍ବାସ୍ଥ୍ୟ ବିଭାଗର ଜଣେ ଡ୍ରାଇଭର, ହେଲେ ନିଶା ତାଙ୍କର ଅଭିନୟ। ୨୦୦୯ ମସିହାରୁ ୨୦୧୭ ପର୍ଯ୍ୟନ୍ତ ସେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ବଳିଷ୍ଠ ଅଭିନୟ କରିଥିଲେ। ତେବେ ଚଳିତବର୍ଷ କଂସ ଭୂମିକା ପାଇଁ ୫୬ଜଣ କଳାକାର ଆବେଦନ କରିଥିଲେ। ଗୁରୁବାର ଚୟନ ପ୍ରକ୍ରିୟାରେ ୪୨ଜଣ ସାମିଲ ଥିଲେ। ସ୍ଥାନୀୟ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆସୁରିକ ଅଟ୍ଟହାସ୍ୟ, ଗମ୍ଭୀର ସଂଳାପରେ କମ୍ପି ଉଠିଥିଲା ସଂପୂର୍ଣ୍ଣ ପ୍ରେକ୍ଷାଳୟ। ଜଣକ ପରେ ଜଣେ ଆଶାୟୀ ମଂଚରେ ସଂକ୍ଷିପ୍ତ ଅଭିନୟ କରି କଂସ ଭୂମିକା ପାଇଁ ନିଜ ଦାବିଦାରି ଜାହିର କରିଥିଲେ। ଶେଷରେ ହୃଷୀକେଶ ବାଜି ମାରିଥିଲେ।

ସେହିପରି ଚଳିତବର୍ଷର ଧନୁଯାତ୍ରାରେ ମହାମନ୍ତ୍ରୀ ପାଇଁ ଗୋପାଳଚନ୍ଦ୍ର ଦାଶ, ସାର୍ତକୀ ପାଇଁ ସେବକ ନାୟକ, ଅକ୍ରୂର ପାଇଁ ଜଗନ୍ନାଥ ସାହୁ, ସେନାପତି ପାଇଁ ଦୟାନନ୍ଦ ମାଝୀ, ଚାଣୁର ପାଇଁ ମୁନେଶଚନ୍ଦ ଆଚାର୍ୟ୍ୟ, ମୁଷ୍ଟିକ ପାଇଁ ସୂର୍ଯ୍ୟପ୍ରକାଶ କର୍ଣ୍ଣ, ଦେବକୀ ପାଇଁ କନକ ଡନ୍‌ସେନା ଚୌଧୁରୀ, ବାସୁଦେବ ପାଇଁ ମନୋଜ ସାହୁ, ଉଗ୍ରସେନ ପାଇଁ ଆର୍ତ୍ତତ୍ରାଣ ମହାପାତ୍ର ଏବଂ ନାରଦ ପାଇଁ ଜଗନ୍ନାଥ ସାହୁଙ୍କୁ ଚୟନ କରାଯାଇଛି। ଚୟନ ପ୍ରକ୍ରିୟାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପରିଚାଳନା କରିଥିଲେ। ଲିଟୁ ମହାନ୍ତି, ଅଶୋକ ବହିଦାର, ଶିବଲାଲ ସାଗର, ହେମନ୍ତ ମହାପାତ୍ର, ଜମାଲ ଖାନ, ବ୍ରଜେନ୍ଦ୍ର ନାୟକ, ପ୍ରଦୀପ ଡି ମାଝୀ ବିଚାରକ ରହିଥିଲେ।

Leave A Reply

Your email address will not be published.