ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୋଗ ଗୋଟିଏ ଉପଚାର ଅନେକ: ଲଗାତାର ଛିଙ୍କରୁ କିପରି ପାଇବେ ଉପଷମ, ଜାଣନ୍ତୁ ଉପଚାର

ସାଧାରଣତଃ ସର୍ଦି ହେଲେ ବା କୌଣସି ଆଲର୍ଜି ଥିଲେ ଛିଙ୍କ ହୋଇଥାଏ । କିନ୍ତୁ ଅନେକ ଥର ସକାଳ କିମ୍ବା ସନ୍ଧ୍ୟା ସମୟରେ ଲଗାତାର ଛିଙ୍କ ହୁଏ । ଗୋଟିଏ ଥରରେ ୨୦ରୁ ୩୦ଥର ଛିଙ୍କ ଏହାକୁ ଅଣାଦେଖା କରନ୍ତି । କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ। ଯଥାଶୀଘ୍ର ଏହାର ଉପଚାର କରାଇନେବା ଆବଶ୍ୟକ।

ହୋମିଓପାଥି:

ବର୍ତ୍ତମାନ ବର୍ଷା ଯୋଗୁଁ ଅଧିକାଂଶ ଲୋକଙ୍କୁ କୋଲ୍ଡ ଆଲର୍ଜି ହୋଇ ବାରମ୍ବାର ଛିଙ୍କ ହୋଇଥାଏ । କିନ୍ତୁ ଏହା ବ୍ୟତୀତ ଅନେକ ସ୍ୱାସ୍ଥ୍ୟଗତ କାରଣ ପାଇଁ ବାରମ୍ବାର ଛିଙ୍କ ହୁଏ। ଛିଙ୍କର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ । ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଲକ୍ଷଣ ସମାନ ନଥାଏ | ତେଣୁ ଛିଙ୍କର ଲକ୍ଷଣକୁ ଅନୁଧ୍ୟାନ କରି ରୋଗୀଠାରୁ ଆବଶ୍ୟକୀୟ ତଥ୍ୟକୁ ଭଲ ଭାବେ ଜାଣିବା ପରେ ହିଁ ଔଷଧ ଦିଅ ଯାଏ । ଏଲୋପାଥି ଭଳି ହୋମିଓପାଥରେ କୌଣସି ଆଣ୍ଟି ଆଲର୍ଜି ବା ଆଣ୍ଟି କୋଲ୍ଡ ଔଷଧ ନାହିଁ | କାରଣ ହୋମିଓପାଥ୍ ଔଷଧ ହେଉଛି ସରଳ ଔଷଧ ଲକ୍ଷଣ ଅନୁଯାୟୀ ଔଷଧ ଦିଆଯାଉଥିବାରୁ ଔଷଧ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ବିଶେଷ ଭାବେ ଥଣ୍ଡା ଓ ଛିଙ୍କ ହେଉଛି ସଂକ୍ରମଣଜନିତ ରୋଗ। ତେଣୁ ଯାହାକୁ ଛିଙ୍କ ହେଉଛି, ସେମାନେ ଶିଶୁ ଓ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଏ |

ଏଲୋପାଥି

ଔଷଧ ଖାଇବା ପୂର୍ବରୁ ସତର୍କତା ଭଲ। ଛିଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହୋଇଥାଏ। କେବଳ କରୋନା ପାଇଁ ନୁହେଁ, ସର୍ଦ୍ଦି କିମ୍ବା ଛିଙ୍କ ହେଉଥିଲେ ମଧ୍ୟ ମାସ୍କ ପିନ୍ଧିବା ନିହାତି ଜରୁରୀ । କାରଣ ଛିଙ୍କରେ ଆସୁଥିବା ରୋଗ ଜୀବାଣୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ। ଏହା ବ୍ୟତୀତ ବର୍ଷାରେ ବାହାରକୁ ଯିବା ଉଚିତ ନୁହେଁ । ପ୍ରତିଦିନ କିଛି ଅଦା ଓ ତୁଳସୀ ପତ୍ର ଖାଆନ୍ତୁ। ଏହା ଦ୍ବାରା ଥଣ୍ଡା କିମ୍ବା ଛିଙ୍କ ହୋଇନଥାଏ। ଯଦି ସର୍ଦ୍ଦି ନହୋଇ ବାରମ୍ବାର ଲଗାତାର ଛିଙ୍କ ହେଉଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ। କାରଣ ଅନେକ ପ୍ରକାର ଆଲର୍ଜି ଦ୍ବାରା ଛିଙ୍କ ହୋଇଥାଏ । ସାଧାରଣତଃ ଅନେକ ଲୋକଙ୍କୁ ଡଷ୍ଟ ଆଲର୍ଜି ଥାଏ। ତେଣୁ ସେମାନେ ନିହାତି ଭାବେ ମାସ୍କ ବ୍ୟବହାର କରିବା ଦ୍ବାରା ଛିଙ୍କ ସମସ୍ୟାରୁ ମୁକ୍ତି ପାଇପାରିବେ। ବାହାରକୁ ଯିବା ସମୟରେ ଶିଶୁଙ୍କୁ ନିଶ୍ଚିତ ମାସ୍କ ପିନ୍ଧାନ୍ତୁ ।

ଆୟୁର୍ବେଦ

ବାରମ୍ବାର ହେଉଥିବା ଛିଙ୍କକୁ ଏକ ନିର୍ଦ୍ଦିଷ୍ଟ ରୋଗ ନ କହି ରୋଗର ଗୋଟିଏ ଲକ୍ଷଣ ବୋଲି କହିପାରିବା । ଏହାର ପ୍ରମୁଖ୍ୟ କାରଣ ହେଉଛି ଅନିନ୍ଦ୍ୟତା ବା ଆଲର୍ଜି । ଆୟୁର୍ବେଦ ଅନୁସାରେ ଶରୀରରେ ଥିବା ରୋଗ ସୃଷ୍ଟିକାରୀ ଦୋଷ, ପ୍ରକୃତି ଓ ପରିବେଶଗତ ପରିବର୍ତ୍ତନ, ଅନିୟମିତ ଆହାର ତଥା ବିହାର (ଦିନଚର୍ଯ୍ୟା) ପାଇଁ ଆଲର୍ଜି ସୃଷ୍ଟି ହୁଏ । ଅଖାଦ୍ୟ ବା ଶରୀରକୁ ନ ସୁହାଉଥିବା ଭଳି ଖାଦ୍ୟ ଖାଇଲେ, ଶରୀରରେ ଥିବା ବାତ, ପିତ୍ତ ଓ କଫର ମୌଳିକତାରେ ଅସନ୍ତୁଳନ ସୃଷ୍ଟି ହୋଇ ଶରୀରଗତ ଦୋଷ ଦେଖାଦିଏ । ଏହି ଦୋଷ ଶରୀରର ବିଭିନ୍ନ ଅଂଶକୁ ସଂକ୍ରମିତ କରେ। ଯଥା ଗଳା, ନାସିକା ବା ତତ୍ ସଂଲଗ୍ନ ଅଙ୍ଗ । ତେବେ ଯଦି ନାସିକ ନଳୀରେ କୌଣସି କାରଣରୁ ଉକ୍ତ ଦୋଷର ସଂଚାର ହୁଏ, ତେବେ ତାହାର ପରିଣାମ ସ୍ବରୂପ ବାରମ୍ବାର ଛିଙ୍କ ହୋଇଥାଏ । ବହାର ବା
ଦିନଚର୍ଯ୍ୟା କ୍ଷେତ୍ରରେ ଥିବା କିଛି ନିୟମର ପାଳନ କରିବା, ଧୂଳି, ଧୂଆଁ ସଂକ୍ରମିତ ବ୍ୟକ୍ତିଠାରୁ ଦୂରେଇ ରହିବା ସହିତ ରୋଗପ୍ରତିରୋଧକର ଶକ୍ତି ବଢ଼ାଇବା ଦିଗରେ ଅଧିକରୁ ଅଧିକ ଧ୍ୟାନ ଦେବା ଆବଶ୍ୟକ।

Leave A Reply

Your email address will not be published.