ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ….ଡାଇରିଆ ବା ତରଳ ଝାଡ଼ା ହେଲେ କିପରେ କରିବେ ଚିକିତ୍ସା

ପେଟରେ ମଇଳା ଓ ଅଜୀର୍ଣ୍ଣ ଖାଦ୍ୟ ଜମାହେଲେ ଶରୀର ତାହାକୁ ତରଳ ମଳ ରୂପରେ ନିଷ୍କାସନ କରିବାକୁ ଚେଷ୍ଟା କରେ। ଦୂଷିତ ଗୁରୁପାକ ଖାଦ୍ୟ, ପାନୀୟ ଓ ଅପରିଷ୍କାରତା ଯୋଗୁଁ ଏବଂ ଋତୁପରିବର୍ତ୍ତନ କାଳରେ ମଧ୍ୟ ବାରମ୍ବାର ତରଳ ଝାଡ଼ା ହୁଏ। ଡାଇରିଆ ଯୋଗୁଁ ଶରୀରର ଜଳୀୟ ଅଂଶ ଓ ଲବଣ ଦୃତ କ୍ଷୟ ହେବାରୁ ପୃଥିବୀରେ ଲକ୍ଷ ଲକ୍ଷ ପିଲା ଡାଇରିଆ ଜନିତ ମୃତ୍ୟୁ ମୁଖରେ ପଡ଼ନ୍ତି।

ଉପାୟ , ଉପଚାର, ପଥ୍ୟାପଥ୍ୟ

-ପ୍ରଥମେ ପାକସ୍ଥଳୀକୁ ବିଶ୍ରାମ ଦେବ ଓ ଜୀବନ ରକ୍ଷାକାରୀ ଓ.ଆର୍‌.ଏସ୍‌. ଦ୍ରବଣ ପିଇବାକୁ ଦେବ।

-ବିକଳ୍ପରେ ଲେମ୍ବୁପାଣି, ଦହି ବା ପତଳା ଘୋଳ ଦହି, ଛେନା ପାଣି, ପଇଡ଼ ପାଣି, ଚିନି-ଲୁଣ ପାଣି, ଡାଲି ପାଣି ଯାହା ରୁଚିବ ଦେବ।

-ରୁକୁଣା ହାତ ପୋଛା ପତ୍ର ବା ମୁଥା-ପାନମହୁରି ସିଝା ପାଣି ବାରମ୍ବାର ଦିଆ ଯାଇପାରେ।

-ଗୋଟିଏ ବା ଦୁଇଟି ପୋଇ ପତ୍ର ଓ ୨୦ଟି ଗୋଲମରିଚ ବାଟି ବିଶୁଦ୍ଧ ପାଣିରେ ମିଶାଇ ଦେବ।

-କଅଁଳ ପିଜୁଳି ପତ୍ର, ଜାମୁପତ୍ର ପାଣିରେ ବାଟି ପିଇଲେ ତରଳ ଝାଡ଼ା ବନ୍ଦ ହୁଏ।

-ବେଦନା ରସ ଅଧକପ୍ ଦିନକୁ ତିନିଥର ପିଅନ୍ତୁ ଏବଂ ନିମ୍ବ ମଗଜକୁ ଘୋରି ଚାଟନ୍ତୁ।

-କାଗଜୀ ଲେମ୍ବୁ ଗୋଲମରିଚ ସହ ବାଟି ପାଣିରେ ମିଶାଇ ପିଆଇବ।

-ଡାଇରିଆ ନିୟନ୍ତ୍ରିତ ହେଲା ପରେ ସହଜ ପାକ, ସରଳ, ତରଳ, ଆହାର ଦେବ, କଞ୍ଚା କଦଳୀ ସିଝା, ପରିବା ସିଝା ଦେବ।
ତଳପେଟରେ ମଡ୍‌ ପ୍ୟାକ୍‌, ଡାଇରିଆ ନିୟନ୍ତ୍ରଣ ହେଲାପରେ ହିପ୍‌ ବାଥ୍‌।

-ମନେ ରଖିବାକୁ ହେବ ତରଳ ଝାଡ଼ା ଚିକିତ୍ସାରେ ବ୍ୟବହୃତ ପ୍ରତ୍ୟେକ ଦ୍ରବ୍ୟ ହାଇଜିନିକ୍ ଓ ସମ୍ପୂର୍ଣ୍ଣ ବିଶୁଦ୍ଧ ହେବା ଦରକାର ଏବଂ ଆକ୍ରାନ୍ତ ବ୍ୟକ୍ତିଙ୍କର ଯଥେଷ୍ଟ ବିଶ୍ରାମ ଆବଶ୍ୟକ।

Leave A Reply

Your email address will not be published.