ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୫ବର୍ଷରୁ କମ୍ ଶିଶୁମାନଙ୍କଠାରେ ଦେଖାଯାଉଥିବା ହାତ, ପାଦ ଓ ପାଟି ଘା’ ଜନିତ ରୋଗକୁ କିପରି ରୋକିବା ଏବଂ କ’ଣ ରହିଛି ଏହାର ଚିକିତ୍ସା

ସାଧାରଣତଃ ପିଲାମାନଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଏ। ବିଶେଷ କରି ୫ ବର୍ଷରୁ କମ୍ ବୟସର ଶିଶୁ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । କିଛି କ୍ଷେତ୍ରରେ ୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ଠାରେ ବି ଦେଖାଯାଉଛି। ଏହାର ହାରାହାରି ବୟସ ସୀମା ୬ ମାସରୁ ୧୨ ବର୍ଷ। ଏହା ଏକ ଭୂତାଣୁଜନିତ ରୋଗ। ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବା ସମୟରେ ଏହା ଦେଖାଦିଏ। ଏହି ଭୂତାଣୁ ‘ଏଣ୍ଟେରୋଭାଇରସ୍‌’ ଫ୍ୟାମିଲିର ‘କକ୍ସସାକି ଭାଇରସ୍‌- ଏ’ ଦ୍ବାରା ବ୍ୟାପେ।

ଏହାର ଲକ୍ଷଣ

ଅଧିକ ପଢନ୍ତୁ
  • ଶିଶୁଙ୍କ ହାତ, ପାପୁଲି, ପାଦ ଓ ମୁହଁରେ ଲାଲ୍‌ ଲାଲ୍ ଫଳିଯିବା।
  • କହୁଣୀ, ଆଣ୍ଠୁ, ଛାତି, ପିଠି ଓ ପିଚାରେ ମଧ୍ୟ ଫଳିଯିବା।
  • ପାଟି ଭିତରେ, ଜିଭରେ, ତାଳୁରେ ଘା’ (ଅଲ୍‌ସର୍‌) ହେଲା ଭଳି ହୋଇଯିବା।  ଘା’ ଯୋଗୁ ଯନ୍ତ୍ରଣା ହେବା ଏବଂ ଖାଇବା ଓ ପାଣି ପିଇବାରେ କଷ୍ଟ ହେବା।
  • ଜ୍ବର ଆସିବା ସହ ଦେହ ଘୋଳାବିନ୍ଧା ହେବା।
  • ଗଳା ଦରଜ,ସର୍ଦ୍ଦି,କାଶ ଓ ନାକରୁ ପାଣି ବାହାରିବା।
  • ମୁଣ୍ଡବିନ୍ଧା, କ୍ଳାନ୍ତ ଓ ଅବଶ ଲାଗିବା। ଭୋକ ନ ଲାଗିବା।

କେମିତି ହୁଏ ସଂକ୍ରମଣ

ଏଥିସହିତ ପଢ଼ନ୍ତୁ
  • ହାତ, ପାଦ ଓ ମୁହଁ ରୋଗ କକ୍ସାକିଭାଇରସ ଏ-୧୬ ନାମକ ଭୂତାଣୁ ଦ୍ବାରା ଶିଶୁକୁ ସଂକ୍ରମିତ କରିଥାଏ।
  • ଏହି ରୋଗ ସଂକ୍ରମିତ ଶିଶୁର କାଶ, ଛିଙ୍କ,ସିଂଘାଣି, ଛେପ, ଖଙ୍କାର, ଫୋଟକାରୁ ବାହାରୁଥିବା ପାଣି ଏବଂ ମଳ ମାଧ୍ୟମରେ ଅନ୍ୟ ପିଲାଙ୍କୁ ସଂକ୍ରମିତ ହୋଇଥାଏ।
  • ସଂକ୍ରମିତ ଶିଶୁଙ୍କ ଶରୀର ଅନ୍ୟ ଶିଶୁଙ୍କ ସଂସ୍ପର୍ଶରେ ଆସିଲେ ବି ଏହି ରୋଗ ବ୍ୟାପିବାର ଆଶଙ୍କା ରହିଛି।
  • ସଂକ୍ରମିତ ଶିଶୁଙ୍କ ବ୍ୟବହୃତ ଖେଳନା, କପଡ଼ା, ମୋବାଇଲ୍‌, ବହି ଆଦିରୁ ମଧ୍ୟ ଏହା ବ୍ୟାପିପାରେ।

କେମିତି ରୋକିବା

  • କୌଣସି ପିଲାଙ୍କଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଲେ, ଅଭିଭାବକମାନେ ତୁରନ୍ତ ପିଲାକୁ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ଆକ୍ରାନ୍ତଙ୍କୁ ଘରେ ଏକାନ୍ତବାସରେ ରଖିବା ଦରକାର।
  • ଶିଶୁର ଲୁଗାପଟା ପରିବର୍ତ୍ତନ କରିବା ପରେ, ନିୟମିତ ହାତକୁ ସାବୁନରେ ଧୋଇବା ଓ ପରିଷ୍କାର ରଖିବା ଆବଶ୍ୟକ।
  • ଶିଶୁର ବ୍ୟବହୃତ ଜିନିଷକୁ ସାନିଟାଇଜର୍‌ କିମ୍ବା ସାବୁନ୍‌ରେ ସଫା କରିବା ଉଚିତ।
  • ସଂକ୍ରମିତ ଶିଶୁଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରୁ (ସ୍କୁଲ୍‌,ପ୍ଲେ – ସ୍କୁଲ୍‌,ମାର୍କେଟ୍‌) ନିବୃତ ରଖିବା।

ଏହି ରୋଗର ଚିକିତ୍ସା

  • ଏହାର କୌଣସି ଭାକ୍ସିନ୍ ଓ ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ। ଆଣ୍ଟିଭାଇରାଲ୍‌ କିମ୍ବା ଆଣ୍ଟିବାୟୋଟିକ୍‌ର ଆବଶ୍ୟକତା ନାହିଁ। କେବଳ ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଇଥାଏ।
  • ପାଟି ଭିତରେ ଘା’ ଯୋଗୁଁ ପିଲାଙ୍କ ଖାଇବା,ପିଇବା ବନ୍ଦ ହୋଇଯାଏ। ତେଣୁ ଦେହରେ ଜଳୀୟ ଅଂଶ କମିଯିବାରୁ ପିଲାଙ୍କୁ ଦୁର୍ବଳ ଲାଗେ। ପିଲାର ହାଇଡ୍ରେସନ୍‌ରେ ସନ୍ତୁଳନ ରଖିବା ପାଇଁ ପର୍ଯ୍ୟାପ୍ତ ପାଣି ପିଆଇବା ସହ ତରଳ ଖାଦ୍ୟ ଖାଇବାକୁ ଦେବା ଉଚିତ।
  • ପାଟିରେ ଘା’ ପାଇଁ ଦରଜ ଲାଗେ। ସେଥିପାଇଁ ଆଣ୍ଟିସେପ୍ଟିକ୍‌ ମାଉଥ୍‌ଜେଲ୍‌ ଦିଆଯାଏ।
  • ସାଧାରଣତଃ ଜ୍ବର ପାଇଁ ପାରାସିଟାମଲ୍‌ ଦିଆଯାଏ।
  • ଦେହରେ ଏବଂ ହାତ ପାପୁଲିରେ ହୋଇଥିବା ନାଲି ନାଲି ଘା’ ଆପେ ଆପେ ଧୀରେ ଧୀରେ ଶୁଖିଯାଏ। ବେଶୀ ହୋଇଥିଲେ, ସ୍କିନ୍‌ ସ୍ମୁଦିଙ୍ଗ୍‌ ଏଜେଣ୍ଟ୍‌ ଓ ଏମୋଲିଏଣ୍ଟ୍‌ସ୍‌ ଲଗେଇବାକୁ ଦିଆଯାଏ।
  • ୫ ରୁ ୭ ଦିନ ଭିତରେ ଏହା ଆପେଆପେ କମିଯିବ। ଅତିବେଶୀରେ ୨ ସପ୍ତାହ ଯାଏ ଶିଶୁଙ୍କ ଦେହରେ ଏହି ଭୂତାଣୁ ରହେ।  ଏହାକୁ ନେଇ ଆଦୌ ଆତଙ୍କିତ ନହୋଇ, ନିକଟସ୍ଥ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଡାକ୍ତର ସୌମ୍ୟରଞ୍ଜନ ପୃଷ୍ଟି, ସ୍ବାସ୍ଥ୍ୟ ବିଶେଷଜ୍ଞ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ଭୁବନ, ଢେଙ୍କାନାଳ)

Leave A Reply

Your email address will not be published.