ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ… ମାଇକ୍ରୋବାୟୋଲୋଜି କ୍ଷେତ୍ରରେ କ୍ୟାରିୟର କିପରି କରିବେ ଏବଂ କଣ ରହିଛି ନିଯୁକ୍ତି ସୁଯୋଗ

ଗତ କିଛି ବର୍ଷ ମଧ୍ୟରେ ମାଇକ୍ରୋବାୟୋଲୋଜି (ସୂକ୍ଷ୍ମଜୀବ ବିଜ୍ଞାନ) ପାଠ୍ୟକ୍ରମର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଦିଗରେ କ୍ୟାରିୟର ଗଢ଼ିବାକୁ ଆଗଭର ହେଉଛନ୍ତି। ଏଭଳି ପରିସ୍ଥିତିରେ ଜାଣିବା ଜରୁରୀ ଯେ, ଏହି କ୍ଷେତ୍ରରେ କ୍ୟାରିୟର କିପରି କରିବେ ଏବଂ ଏହାର ପରିସର କ’ଣ ରହିଛି।

ଜୀବ ବିଜ୍ଞାନର ଏକ ଶାଖା ହେଉଛି ମାଇକ୍ରୋବାୟୋଲୋଜି। ଏଥିରେ ଅଣୁଜୀବ ବା ସୂକ୍ଷ୍ମଜୀବଙ୍କ ବିଷୟରେ ଅଧ୍ୟୟନ ଓ ଅନୁସନ୍ଧାନ କରାଯାଏ। ମାଇକ୍ରୋବାୟୋଲୋଜିଷ୍ଟମାନେ ମନୁଷ୍ୟ, ଉଦ୍ଭିଦ ଏବଂ ପ୍ରାଣୀଙ୍କ ଉପରେ ଏହି ଅଣୁଜୀବମାନଙ୍କର ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ଜାଣିବାକୁ ଚେଷ୍ଟା କରନ୍ତି। ଏହାଦ୍ବାରା ବିଭିନ୍ନ ରୋଗର କାରଣ ଜାଣିହୁଏ। ଏହା ସହିତ, ଜିନ୍ ଥେରାପି କୌଶଳ ମାଧ୍ୟମରେ ଅନେକ ବଂଶଗତ ରୋଗ ବିଷୟରେ ମଧ୍ୟ ଜଣାପଡ଼ିଥାଏ।

ଯୋଗ୍ୟତା

ମାଇକ୍ରୋବାୟୋଲୋଜିରେ ସ୍ନାତକ କରିବା ପାଇଁ ଚାହୁଁଥିଲେ ଯୁକ୍ତ ୨ ବିଜ୍ଞାନରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରଖିବା ଅପରିହାର୍ଯ୍ୟ। ଏଥିସହ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୀବ ବିଜ୍ଞାନ / ପ୍ରାଣୀ ବିଜ୍ଞାନ / ଉଦ୍ଭିଦ ବିଜ୍ଞାନ ବିଷୟ ବସ୍ତୁ ଥିବା ଅନିବାର୍ଯ୍ୟ। କେତେକ ଅନୁଷ୍ଠାନ ଏଥିପାଇଁ ପ୍ରବେଶିକା ପରୀକ୍ଷା ମଧ୍ୟ କରିଥା’ନ୍ତି। ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକ ନିଜ ନିଜ ସ୍ତରରେ ଏହି ପ୍ରବେଶିକା ପରୀକ୍ଷା କରାନ୍ତି।

ନିଯୁକ୍ତି ସୁଯୋଗ

ନୂଆ ନୂଆ ରୋଗ ଧୀରେ ଧୀରେ ସମଗ୍ର ବିଶ୍ବକୁ କବଳିତ କରିବାରେ ଲାଗିଛି। ଏହି କାରଣରୁ ମାଇକ୍ରୋବାୟୋଲୋଜିର ପରିସୀମା ବୃଦ୍ଧି ପାଇବାରେ ଲାଗିଛି। ଜଣେ ମାଇକ୍ରୋବାୟୋଲୋଜିଷ୍ଟ ଲାବୋରେଟୋରୀ, କ୍ଲିନିକ୍, ହସ୍ପିଟାଲ୍, ଫାର୍ମାସ୍ୟୁଟିକାଲ୍ କମ୍ପାନୀ, ଡାଏରୀ ଉତ୍ପାଦ, ଶିକ୍ଷାଦାନ, ଜେନେଟିକ୍ ଇଞ୍ଜିନିୟରିଂ, କୃଷି ଉତ୍ପାଦ ତିଆରି କମ୍ପାନୀ ଇତ୍ୟାଦିରେ କାର୍ଯ୍ୟ କରିପାରିବେ। ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି କ୍ଷେତ୍ରରେ ସମାନ ସୁଯୋଗ ରହିଛି।

କାର୍ଯ୍ୟ

ମାଇକ୍ରୋବାୟୋଲୋଜିଷ୍ଟଙ୍କ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ। ଯେପରିକି ଜଣେ ମେଡ଼ିକାଲ୍‌ ମାଇକ୍ରୋବାୟୋଲୋଜିଷ୍ଟ ଶରୀରରେ ଘଟୁଥିବା ସଂକ୍ରମଣର କାରଣ ଓ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥା’ନ୍ତି। ଏଥିସହ ନୂତନ ମାଇକ୍ରୋବସ୍ ଆବିଷ୍କାର ମଧ୍ୟ କରିଥା’ନ୍ତି। ସେହିପରି ଜଣେ ଏଗ୍ରିକଲଚୁରାଲ୍‌ ମାଇକ୍ରୋବାୟୋଲୋଜିଷ୍ଟ ଫସଲରେ ଉନ୍ନତି ଆଣିବା, ମୃତ୍ତିକା ପରୀକ୍ଷା କରି ଉତ୍ପାଦନ ବୃଦ୍ଧି କରିବା ଉପରେ ଧ୍ୟାନ ଦେଇ ସେମାନେ ସେମାନଙ୍କର କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତି।

ଦରମା

କମ୍ପାନୀ ଓ କାର୍ଯ୍ୟ ଅଭିଜ୍ଞତା ଉପରେ ମାଇକ୍ରୋବାୟୋଲୋଜିଷ୍ଟଙ୍କ ଦରମା ନିର୍ଭର କରେ। ଏହି କ୍ଷେତ୍ରରେ ପ୍ରାରମ୍ଭିକ ବାର୍ଷିକ ଦରମା ୪-୬ ଲକ୍ଷ ଟଙ୍କା ହୋଇପାରେ। ଗୋଟିଏ କିମ୍ବା ଦୁଇ ବର୍ଷର କାର୍ଯ୍ୟର ଅଭିଜ୍ଞତା ପରେ ବାର୍ଷିକ ଦରମା ୬-୮ ଲକ୍ଷ ଟଙ୍କା ଏବଂ ପାଞ୍ଚ ବର୍ଷ ପାଇଁ, ତେବେ ଦରମା ବାର୍ଷିକ ୧୨-୧୫ ଲକ୍ଷ ଟଙ୍କା ହୋଇପାରେ। ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରେ ଜଣେ ଅଭିଜ୍ଞ ମାଇକ୍ରୋବାୟୋଲୋଜିଷ୍ଟ ମାସିକ ଏକ ଲକ୍ଷ ଟଙ୍କା ରୋଜଗାର ପରିପାରିବେ।

ମାଇକ୍ରୋବାୟୋଲୋଜି ପାଠ୍ୟକ୍ରମ ପଢିବା ପାଇଁ ପ୍ରମୁଖ ସଂସ୍ଥାନ

କିଟ୍‌ ସ୍କୁଲ ଅଫ୍‌ ବାୟୋଟେକ୍ନୋଲୋଜି, ଭୁବନେଶ୍ବର
ସମ୍ବଲପୁର ବିଶ୍ବବିଦ୍ୟାଳୟ, ସମ୍ବଲପୁର
ସେଞ୍ଚୁରିଆନ୍‌ ୟୁନିର୍ଭରସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ, ଭୁବନେଶ୍ବର
ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ
ଆମିଟି ୟୁନିଭରସିଟି, ନୋଏଡା
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ବାରାଣସୀ
ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ, ଉତ୍ତରପ୍ରଦେଶ
ପାଟନା ବିଶ୍ୱବିଦ୍ୟାଳୟ, ବିହାର
ମନିପାଲ ଏକାଡେମୀ ଅଫ୍‌ ହାୟର ଏଜୁକେସନ୍‌, କର୍ଣ୍ଣାଟକ

Leave A Reply

Your email address will not be published.