ଜାଣନ୍ତୁ କେମିତି କରିବେ ଇନ୍ଷ୍ଟାଗ୍ରାମରୁ ଭିଡିଓ ଡାଉନ୍ଲୋଡ୍

ଦିନକୁ ଦିନ ଇନ୍ଷ୍ଟାଗ୍ରାମର ଚାହିଦା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ନୂତନ ବୈଶିଷ୍ଟ୍ୟମାନ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମରେ କେବଳ ଅନ୍ଲାଇନ୍ରେ ଫଟୋ ଓ ଭିଡିଓ ଉପଭୋକ୍ତା ଦେଖିପାରୁଥିଲେ। କିନ୍ତୁ ବର୍ତ୍ତମାନ ଇନ୍ଷ୍ଟାଗ୍ରାମରୁ ଭିଡିଓ ଡାଉନଲୋଡ୍ କରିହେବ । ଏହି ଡାଉନ୍ଲୋଡ୍ ଭିଡିଓକୁ ମୋବାଇଲ୍ରେ ସବୁଦିନ ପାଇଁ ସେଭ୍ କରି ରଖାଯାଇପାରିବ ଏବଂ ଏହାକୁ ଅନ୍ୟମାନଙ୍କୁ ମଧ୍ୟ ପଠେଇ ହେବ…
କେମିତି କରିବେ ଡାଉନ୍ଲୋଡ୍
– ପ୍ରଥମେ ନିଜର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଖୋଲନ୍ତୁ। ସେହି ଭିଡିଓକୁଚୟନ କରନ୍ତୁ, ଯାହାକୁ ଆପଣ ଡାଉନ୍ଲୋଡ୍ କରିବାକୁ ଚାହୁଁଛନ୍ତି।
-ଭିଡିଓକୁ ଚୟନ କରି ସାରିବା ପରେ ଡାହାଣ ପାର୍ଶ୍ବର ତଳେ ତିନୋଟି ଡଟସ୍ ଦେଖିପାରିବେ । ଏବେ ଏହି ଡଟସ୍ ଉପରେ କ୍ଲିକ୍ କରି କପି
ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
– ଏହାପରେ ଭିଡିଓ ଡାଉନ୍ଲୋଡ୍ କରିବା ପାଇଁ ସ୍ଵାପ୍ଟ୍ୟୁବ, ଇଷ୍ଟାଫିଷ୍ଟା, ଇନ୍ଗ୍ରାମର୍ ଭଳି ଥାର୍ଡପାର୍ଟି ଆପ୍ ଡାଉନ୍ଲୋଡ୍ କରନ୍ତୁ ।
-ଥାର୍ଡପାର୍ଟି ଆପ୍ ଡାଉନ୍ଲୋଡ୍ କରି ସାରିବା ପରେ ଏହି ଆପ୍ରେ ନିଜର ଇନଷ୍ଟା ଆଇଡି ଖୋଲନ୍ତୁ ଏବଂ ଭିଡିଓ ଲିଙ୍କକୁ ପୋଷ୍ଟ କରନ୍ତୁ।
-ବର୍ତ୍ତମାନ ଆପଣଙ୍କୁ ଭିଡିଓର ତଳ ପାର୍ଶ୍ବରେ ଡାଉନ୍ଲୋଡ୍ ବିକଳ୍ପ ଦେଖାଦେବ । ଏବେ ଏହି ବିକଳ୍ପ ଉପରେ କ୍ଲିକ୍ କଲେ ଭିଡିଓଟି ଡାଉନ୍ଲୋଡ୍ ହେବା ସହ ମୋବାଇଲ୍ରେ ସେଭ୍ ହୋଇଯିବ।