ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାଣନ୍ତୁ…. କେମିତି କାମ କରେ ଗୁଗଲ୍: ‘ସର୍ଚ୍ଚବାର’ରେ ଲେଖା ଶେଷ ନ ହେଉଣୁ କିପରି ଗୁଗଲ୍‌ ଦେଇଥାଏ ଅନେକ ତଥ୍ୟ ?

ଗୁଗଲ ୱେବ୍ ପେଜ୍‌ରେ ସର୍ଚ୍ଚ ମାରିବା ମାତ୍ରେ ଆଖି ସାମ୍ନାରେ ହଜାର ହଜାର ଉପଯୋଗୀ ୱେବପେଜ୍ ଖୋଲିଯାଇଥାଏ। ସେହିପରି ‘ସର୍ଚ୍ଚବାର’ରେ ଲେଖା ଶେଷ ନ ହେଉଣୁ ଗୁଗଲ୍‌ ବ୍ୟବହାରକାରୀଙ୍କ ଆଗରେ ଅନେକ ତଥ୍ୟ ଆଣି ଥୋଇଦେଇଥାଏ। ଏବେ ପ୍ରଶ୍ନ ଉଠୁଛି ଗୁଗଲ୍ କିଭଳି ଏତେ କାମ ଏତେ ସହଜରେ କରିଦେଇପାରେ। ଏହା ପଛରେ ଅନେକ ପ୍ରଯୁକ୍ତି କୌଶଳ ତଥା ଗାଣିତିକ ପ୍ରକ୍ରିୟା କାର୍ଯ୍ୟ କରିଥାଏ…

କ୍ରଲିଙ୍ଗ୍ : ସଫ୍ଟୱେରଯୁକ୍ତ ଗୋଟିଏ ପ୍ରକ୍ରିୟା ହେଉଛି କ୍ରଲର୍‌। କେଉଁ ୱେବସାଇଟ୍ ସର୍ଚ୍ଚ ତାଲିକାରେ ଦେଖାଯିବା ଦରକାର କ୍ରଲର୍ ନିର୍ଣ୍ଣୟ ନିଏ। କେଉଁ ସାଇଟ୍‌କୁ କ୍ରଲର କରାଯିବ ଓ କେତେଥର କ୍ରଲର କରାଯିବା ସହ ପ୍ରତିଟି ସାଇଟ୍‌ରୁ କେତୋଟି ପେଜ୍ ଆସିବାର ଅଛି ତାହା ମଧ୍ୟ ନିର୍ଦ୍ଧାରିତ କରେ। ଗୁଗଲ୍‌ କେବେ ବି ଅଧିକ କ୍ରଲର କରିବା ନେଇ ଅର୍ଥ ନେଇ ନ ଥାଏ। ସରଳ ଭାଷାରେ କହିବାକୁ ଗଲେ ଭଲ ତଥ୍ୟଯୁକ୍ତ ୱେବ୍‌ପେଜ୍‌କୁ ଗୋଟିଏ ଜାଗାରେ ସାଇତି ରଖିବା କାମକୁ କ୍ରଲିଙ୍ଗ୍ କୁହାଯାଏ।

ଇଣ୍ଡେକ୍ସ ଦ୍ବାରା ତଥ୍ୟ ବ୍ୟବସ୍ଥିତ କରିବା: ଏହା ପୂରା ବହିର ଇଣ୍ଡେକ୍ସ ଭଳି। ଅର୍ଥାତ୍ କେଉଁ ଜାଗାରେ କେଉଁ ୱେବ୍‌ପେଜ୍ ଅଛି ତାହା ଜାଣିବାକୁ ମିଳିଥାଏ। ଏହା ସାହାଯ୍ୟରେ ଗୁଗଲ୍‌କୁ ଠିକ୍ ଉତ୍ତର ଖୋଜିବାରେ ସାହାଯ୍ୟ ମିଳିଥାଏ। ୱେବ୍‌ ପେଜ୍ ସର୍ଚ୍ଚ ଲାଗି ଭଲ କି-ବୋର୍ଡ, ସୁନ୍ଦର ହେଡ-ଲାଇନ୍ ଓ ଫ୍ରେସ୍ କଣ୍ଟେଣ୍ଟର ଆବଶ୍ୟକତା ରହିଛି।

ଗୁଗଲ୍ ରାଙ୍କିଙ୍ଗ୍ ସିଷ୍ଟମ୍: ଏହା ସର୍ଚ୍ଚ ଇଣ୍ଡେକ୍ସରେ ବହୁ ସଂଖ୍ୟକ ଇଣ୍ଡେକ୍ସ ପେଜ୍‌କୁ କ୍ରମାନ୍ବୟରେ ରଖିଥାଏ। ଏହା ଦ୍ବାରା ବ୍ୟବହାରକାରୀର କାମ ସହଜ ଓ ସରଳ ହୋଇଥାଏ। ଏହା ସହ ଖୋଜିଥିବା ତଥ୍ୟ ବ୍ୟବହାରକାରୀଙ୍କୁ ଶୀଘ୍ର ମିଳିଯାଏ।

Leave A Reply

Your email address will not be published.